ପ୍ରକୃତିର ଆତ୍ମଗାଥା
ପ୍ରକୃତିର ଆତ୍ମଗାଥା


ମୁଁ ,
ନବଜାତ ଭଳି ନିତ୍ୟ ନୂତନ,
ମୃତ୍ୟୁ ପରି ସଦା ଚିରନ୍ତନ,
କୋମଳ ଓଠର ଖିଲି ଖିଲି ହସ,
ସତେକି ଖିଆଲି ମନ!
ମୁଁ,
ତୃଷାର୍ତ୍ତ ବଟବୃକ୍ଷ,
ନନ୍ଦନ କାନନର ସବୁଜିମା,
ଅକ୍ଷୟ ବୃକ୍ଷର କୋମଳ ତନୁ,
ଉଷା ଅଧରର ଲାଲିମା ।
ମଧୁ ବସନ୍ତ ମୋ ସାଥୀ ,
ଅମୃତ ମଳୟ ବହେ ଯହିଁ,
ମୋ ରାଇଜେ କାହିଁ ସଂହାର?
ଏଠି ବିନାଶ ନାହିଁ ।
ମୁଁ
ସୌନ୍ଦର୍ଯ୍ୟ ରାଣୀ,
କୋଳ ମୋ ମଧୁବନ ,
ବରଷେ ଯହିଁ ମାନବତା ,
ମୁଁ ଅଦୃଶ୍ୟ, ଅତନୁ, ଚିର ନବୀନ!