STORYMIRROR

Krishna Mishra

Romance Classics

3  

Krishna Mishra

Romance Classics

ତୁମ ସ୍ମୃତି

ତୁମ ସ୍ମୃତି

1 min
185

ଜାଣିଛ!

ଯେବେ ଯେବେ ପ୍ରତୀକ୍ଷାର ବୋଝ ନେଇ,

ଅନ୍ତର ମୋ ଉଦବେଳିତ ହୁଏ,

ମନ ଗହନର ଫାଙ୍କରୁ 

ଉଙ୍କି ମାରେ ତୁମ ସ୍ମୃତି....

ମୋ କଳ୍ପନାର ବିଳାସିତ ମୁହୂର୍ତ୍ତରେ,

ପ୍ରତ୍ୟେକ ଥର ନୂତନ,

ରମଣୀୟ ରୂପ ନେଇ!

 

ଆଉ ମୁଁ,

ସେଇ ସ୍ମୃତିକୁ,

କୋମଳ ଶିଶୁଟି ପରି

ମୋ ହୃଦୟରେ ଚାପି ଧରେ,

ଆହ୍ଲାଦିତ ପ୍ରାଣରୁ କଥାର ସରିତା ଝରେ,

ମନଭରି ପ୍ରୀତି ଦିଏ....


କାରଣ,

ଏଇ ଏକା ମୋ ନିଜର....

ସଂସାର କଷଟିରେ ଘଷିହୋଇ ଚାଲିଥିବା,

ମୋ ହୃଦୟ ଯନ୍ତ୍ରଣାରୁ ହିଁ ତ ସୃଷ୍ଟ,

ତୁମ ସ୍ମୃତି....।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance