STORYMIRROR

Krishna Mishra

Romance

3  

Krishna Mishra

Romance

ତୁମ ପାଇଁ

ତୁମ ପାଇଁ

1 min
212


   

  ଜାଣିଛ!

ନିଦାଘ ତପ୍ତ ମାଟିରେ ଝରେ କପାଳର ଶ୍ଵେଦବିନ୍ଦୁ 

କୃଷ୍ଣଚୂଡା ଛାଇ ତଳେ 

 ସୀମାହୀନ ପଥର ପ୍ରତୀକ୍ଷା 

ତୁମ ପାଇଁ....


ମଉସୁମୀର ରିମ୍ ଝିମ୍ ବର୍ଷା!

ଭିଜା ଭିଜା ବାସ୍ନାର ପହିଲି ଚିଠି....

ଶରତର ଖିଲି ଖିଲି ଜ୍ୟୋସ୍ନା....

କାକର ଭିଜା ଗଙ୍ଗଶିଉଳି 

ଗୋଲାପି ଶୀତର କୁତୁ କୁତୁ ଜାଡ

ଧୂଆଁ ଧୂଆଁ କୁହୁଡ଼ିପିଆ ସକାଳ 

ନାଲିଗୋଲାପର କୋମଳ ପାଖୁଡ଼ା 

ତୁମ ପାଇଁ.....


ବସନ୍ତର ମତୁଆଲା ମଳୟ ରୋମାଞ୍ଚ 

ସୁନ୍ଦର ସାରା ଭୁବନ ପସରା  

ବକୁଳବନର ମସ୍ତ ସୁଗନ୍ଧ 

କୋଇଲିର ଆଗମନୀ ସଙ୍ଗୀତ 

ସବୁ ତୁମ ପାଇଁ....

  

ଭରପୁର କାନ୍ତିରେ ମନ ମୋ ଚହଳି ଯାଏ.....

ସବୁଜ ପତ୍ରରେ ଚିକ୍ ଚିକ୍ ଶିଶିର ବିନ୍ଦୁ 

ଅଶ୍ରୁ ଉଦବିଗ୍ନ...

ଜାଲଣାରେ ଅଟକି ଯାଏ ପ୍ରତୀକ୍ଷାର କ୍ଷଣ 

ଧୂପ ଦୀପ ନୈବେଦ୍ୟ ସମର୍ପି ଦିଏ!

ସଜଳ ସ୍ନେହିଳ ମୁହୂର୍ତ୍ତ...

ଅଧଫୁଟା କଳିକା 

ଆସନ୍ନ ଯଉବନ ମନ ପାଖୁଡ଼ା ରେ 

ନୂତନ ରସ ଭରେ.....

କବିତାମୟ ହୃଦୟରେ ଉଦଭ୍ରାନ୍ତ ତରଙ୍ଗ 

 ଦୁର୍ବାର ଆବେଗର ସେ ଦୃଷ୍ଟି 

ପ୍ରକୃତିର ପ୍ରଥମ ସୃଷ୍ଟି 

ସବୁ ଯେ ତୁମ ପାଇଁ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance