STORYMIRROR

Krishna Mishra

Abstract Classics

3  

Krishna Mishra

Abstract Classics

ଭାବୁଛି  ମୁଁ

ଭାବୁଛି  ମୁଁ

1 min
11


ଏନ୍ତୁଡ଼ିଶାଳରେ ମାତୃଗର୍ଭର ଅନ୍ଧକାର ଭିତରୁ ଭାବୁଛି ମୁଁ, 

ଜନ୍ମ ନେବି ନା ନାହିଁ!

 ସେଇ ଜ୍ୱଳନ୍ତ ଆଖି ସବୁ ଛାଟୁଥିବା ଗରମ ଆଲୁଅ କୁ ନିଜର କରିନେବାକୁ?


କ'ଣ ପିନ୍ଧିବି ଯେ,

ତୋ ଦୃଷ୍ଟି ପଡ଼ିବନି ମୋ ପଣତ ଉପରେ?

କେତେବେଳେ ଘରୁ ପଦାକୁ,

ପାଦ କାଢିବି ଯେ,

ତୋ ଡଙ୍ଗା ମୋ ତଟ ରେ ଲାଗି ନଥିବ?

କେମିତି ଚାଲିବି କହ,

ମୋ ପାଦର ଛନ୍ଦ ତୋ'ଠେଇଁ ରଙ୍ଗ ନ ଭରିବ ?

କି ଢଙ୍ଗରେ ବା କଥା ବୋଲିବି ଯେ,

ତୋ ଧମନୀର ରକ୍ତ ପ୍ରବାହ,

କୂଳ ନ ଲଙ୍ଘିବ ??


ପରେ ଯଦି ତୁ କହିବୁ,

ମୁଁ ତୋର ଚରିତ୍ର ନଷ୍ଟ କରିଛି

ଏସବୁ ପ୍ରଶ୍ନ ପଚାରିବାକୁ,

ବଞ୍ଚି ତ ନଥିବି ମୁଁ?


ଯେତେବେଳେ ମୋ ଇଜ୍ଜତ, ଅସ୍ମିତା ର ନିଲାମ ହେଉଥିବ, ରାଜ ରାସ୍ତାରେ,

ତୋ ହାତ ରେ ତ ଥିବ ପେଟ୍ରୋଲ ଆଉ ମାଚିସ୍!


ସେଇଥିପାଇଁ

ଭାବୁଛି, ଜନ୍ମ ନେବି ନା ନାହିଁb!




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract