STORYMIRROR

DR SAMIR RANJAN BEHERA

Abstract Inspirational

4  

DR SAMIR RANJAN BEHERA

Abstract Inspirational

ସୁପର ମମ୍

ସୁପର ମମ୍

1 min
320


ମୋ ମାମା ସୁପର ମମ୍

କାମ ବେଶୀ କଥା କମ୍,

ଘର କାମ କରେ ଚୁଟକିରେ

ତାଙ୍କ ସାଙ୍ଗେ କିଏ ବା ପାରେ,

ସକାଳୁ ଉଠେ ସେ ଚାରିଟାରେ,

ଘରେ ଆଉ ସମସ୍ତେ ସୋଇଥାନ୍ତି

ନିଘୋଡ଼ ନିଦରେ,

ଅଧଘଣ୍ଟେ ସେ ବ୍ୟାୟାମ କରେ

ତାପରେ ବାସି ପାଇଟି କାମ କରେ ତରବରରେ,

ଠିକ୍ ପାଞ୍ଚ ବେଳେ ଗାଧୋଇ ପଡେ

ଫୁଲ ତୋଳେ

ଚଉରା ମୂଳରେ ପାଣି ଢାଳେ,

ଦ୍ବୀପ ଧୂପ ଲାଗି ପୂଜା କରେ

ତାପରେ ଠାକୁର ଘରେ ପଶେ

ସେଠି ଘଣ୍ଟ ଶଙ୍ଖ ବଜେଇ ମଙ୍ଗଳ ମନାସେ ।

ଛଅ ଟା ବେଳେ ଚା ବନାଏ

ସମସ୍ତଙ୍କୁ ଉଠେଇ ଚାଇ ପିଆଏ ,

ସାତବଜେ ଜଳଖିଆ ରେଡି

ହେଲେ ପାପା ଆଉ ମୁଁ ଉଠିବା ଡେରି

ମମ୍ ପୁରା ଚିଲେଇଉଠନ୍ତି

ଦରକାର ପଡିଲେ ପାଣି ଢାଳି ଦିଅନ୍ତି

ଇଏ ହେଲା ମୋ ସୁପର ମମ୍

କାମ ବେଶୀ କଥା କମ୍ ll


ଘରର ସବୁ ସେ ମ୍ୟାନେଜ କରନ୍ତି

ଜେଜେ ଜେଜୀ ଙ୍କର ବି ଯତ୍ନ ନିଅନ୍ତି

ମୁଁ ଭୁଲ କିଛି କଲେ ଶାସନ କରନ୍ତି

ବନ୍ଧୁ କି ଅତିଥି ଆସ

ିଲେ ଆପ୍ୟାୟିତ କରନ୍ତି

କାହା ଦେହ ଖରାପ ହେଲେ ନନଷ୍ଟପ୍ ସେବା କରନ୍ତି

ସବୁବେଳେ ପରିବାର କଥା ଚିନ୍ତାକରନ୍ତି

ହେଲେ କେବେ କ୍ରେଡିଟ ନ ନିଅନ୍ତି 

ସବୁବେଳେ ଶାନ୍ତ ଥାଆନ୍ତି

ହେଲେ କେବେ କେବେ ଦୁର୍ଗା ରୂପ ଧରନ୍ତି 

ଇଏ ହେଲା ମୋ ସୁପର ମମ୍

କାମ ବେଶୀ କଥା କମ୍ ll


ମୋ ମମ୍ ଆମ ପରିବାର ର ଶକ୍ତି

ତାଙ୍କ ବିନା ନାହିଁ ଆମର ଗତି

ସବୁ ସମସ୍ୟା କୁ ସେ ହ୍ୟାଣ୍ଡେଲ କରନ୍ତି

ଚୁଟକିରେ ସମାଧାନ କରନ୍ତି

ପରିବାର ର ଶାନ୍ତି କୁ ସେ ବଜାୟ ରଖନ୍ତି

ସବୁ କିଛି ସେ ସାହିଯାଆନ୍ତି,

ମୋ ପରିବାର ପାଇଁ ବାପା ସିନା ମାଲିକ

ହେଲେ ମମ୍ ହେଲେ ମାଲିକ ଙ୍କ ମାଲିକ

ଦଶ ଭୁଜା ମା ଦୁର୍ଗା ସିଏ

ଦଶ ହାତରେ କାମ ସବୁ କରେ ସିଏ,

ସତରେ ମୋ ମମ୍ ସୁଯୋଗ୍ୟ ଦୁହିତା

ଦୁଇକୁଳରେ କରେ ସେ ହିତ 

ତାଙ୍କୁ ପାଇ ଆମେ ସତରେ ଗର୍ବିତ

ତାଙ୍କ ଚରଣ ରେ ମୋର ନମମ୍

ସିଏ ପରା ମୋ ସୁପର ଡୁପର ମମ୍ ll



Rate this content
Log in

Similar oriya poem from Abstract