STORYMIRROR

Sukadev Mahanta

Abstract Inspirational

4  

Sukadev Mahanta

Abstract Inspirational

ଗ୍ରାମକୁ ଫେରିଆସ

ଗ୍ରାମକୁ ଫେରିଆସ

1 min
310

ନୀଳ ଗଗନରେ     ହସି  ହସି  ରବି

     ବରଷନ୍ତି  ଜ୍ୟୋତିଧାରା

ନିଷ୍ପ୍ରଭ ଦିଶଇ       ଭସା ମେଘ ଖଣ୍ଡ

     ଶୋଭା ତାର ଅପାସୋରା ॥


ଗିରି ବନଦେଶ      ରମ୍ୟ ପରିବେଶ

      ନିର୍ଝରିଣୀ ମନଲୋଭା

ସଂଦର୍ଶନେ ମନ   ଅତୀନ୍ଦ୍ରିୟ ଦେଶେ

     ବିଚରି ଦେଖେ ତା ଶୋଭା ॥


ବୁଲି ଯିବା ଆସ     ଲଭିବାକୁ ସୁଖ

    ପ୍ରକୃତି ରାଣୀର କୋଳେ

ଶଇଳ ଶୀଖର      ନିର୍ଝର ତଟିନୀ

     ଦେଖିବା ଆନନ୍ଦ ଭୋଳେ ॥


ଗ୍ରାମ୍ୟ ପରିବେଶ    ଚଉଦ ପୁରୁଷ

       ଭିଟାମାଟି ଡାକୁଅଛି

ଗିରିବନ ଘେରା     ସବୁଜ ସୁନ୍ଦର

      ଆମ ଗାଆଁ ଡାକୁଅଛି ॥


ଝରଝର ହୋଇ      ଶିଳା ଦେହେ ପିଟି

     ହୋଇ ଡାକୁଛି ନିର୍ଝର

ଆସ ଆସ ବତ୍ସ      ସ୍ନାନ କର ଏଠି

      ପିଅ ସୁଶୀତଳ ନୀର ॥


ଏ ନୀରରେ ନାହିଁ       କୌଣସି ଜୀବାଣୁ

       କାଚ କେନ୍ଦୁ ପରି ସଫା

ପରିବେଶ ମୋର     ଅତି ମନୋହର

      ବାୟୁ ବି ଅଟଇ ସଫା ॥


ସହରରେ ତୁମେ     ପାଉ ତ ନଥିବ

     ଶୁଦ୍ଧ ବାୟୁ ଟିକେ କାହିଁ

ମୋ  ପାଖରେ ଅଛି     ଶୁଦ୍ଧ ଅମ୍ଳଜାନ

       ତୁମ ଶ୍ବାସ କ୍ରିୟା ପାଇଁ ॥


ନାନା ଜୀବଜନ୍ତୁ        ସ୍ବଚ୍ଛନ୍ଦେ  ବୁଲନ୍ତି

       ମୋର ପ୍ରାକୃତିକ କୋଳେ

ଉପଭୋଗ କର       ସେମାନଙ୍କ ନୃତ୍ୟ

      ସଂଗୀତ ଆନନ୍ଦ ଭୋଳେ ॥


ଗଛ କାଟି ତୁମେ     ଲଣ୍ଡା କରି ଦେଇ

     ଗଢି କଳ କାରଖାନା

କୋଟି କୋଟି ଟଙ୍କା     ଉପାର୍ଜନ କର

      ବିଶୁଦ୍ଧ ବାୟୁ ପାଅନା ॥


ସେ ବ୍ୟସ୍ତ ବହୁଳ        ଜୀବନରୁ  ତୁମେ

         ଟିକିଏ ସମୟ କାଢି

ମୋ କୋଳକୁ ତୁମେ    ଚାଲିଆସ  ବାରେ

        ମହାମାରୀ ଆସେ ମାଡି ॥


ସହରେ ନଗରେ        ବିସ୍ତାରୁଛି  ଦେଖ

      ମହାମାରୀ ତାର କାୟା

ସହରକୁ  ଛାଡି        ଗ୍ରାମେ  ଚାଲିଆସ

     ଛାଡି ତାର ମୋହ ମାୟା ॥


ମୋ କୋଳେ ଲଭିବ     ମୁକ୍ତ ବାୟୁ ତୁମେ

        ନିଃଶ୍ବାସ  ପ୍ରଶ୍ବାସ ପାଇଁ

ପ୍ରଦୂଷଣ ମୁକ୍ତ          ଜଳ ବି ଲଭିବ

      ମାଗଣା ପିଇବା ପାଇଁ ॥


ସୁସ୍ଥ  ନିରାମୟ     ହୋଇବ ଜୀବନ

     ସୁଖରେ କାଟିବ ଦିନ

ପରିବାର ମେଳେ    ସାହି ପଡିଶାଙ୍କ

     ସଙ୍ଗେ  ପ୍ରିୟ ପରିଜନ ॥


ଖେଳିବାକୁ ଏଠି   ରଖିଅଛି ମୁହିଁ

    ବିସ୍ତୀର୍ଣ୍ଣ  ଖେଳ ପଡିଆ

ଖାଇବାକୁ ଦେବି    ସବୁଜ ପରିବା

     ଫଳମୂଳ ବି ବଢିଆ ॥


ଧାନ କ୍ଷେତୁ ଧାନ    ଅମଳ କରିବ

      ପାଇବ ତୁମେ ଚାଉଳ

ସଜ ମାଛ  ଦେଶୀ    ଖାସୀ କୁୁକୁଡାର

     ମାଉଁସ ପାଇବ ଭଲ ାା


ଛାଡିଦିଅ ତୁମେ     ସହରର ମୋହ

      ନିଜ ଗ୍ରାମେ ଫେରିଆସ

ପ୍ରିୟ ପରିଜନ      ସହିତ ସୁଖରେ

      କାଟି ମୁଖେ ଫୁଟୁ ହସ ॥


      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract