STORYMIRROR

kahnu charan sahu

Abstract

4  

kahnu charan sahu

Abstract

ମାଆ

ମାଆ

1 min
339


ଦଶମାସ ଦଶ ଦିନ ଗରଭରେ ଧରି

ଦିଏ ସେ ଆମକୁ ଜନମ

ସ୍ନେହ ମମତାର ଅଭାବ ନ ଥାଏ

ବୁଝିଥାଏ ସବୁ ମରମ ।

ଜନମିବା ଠାରୁ ମରିବାର ଯାଏଁ

ପାଉଥାଏ ସିଏ ଭଲ

ବାନ୍ଧି ରଖିଥାଏ ପ୍ରେମ ବନ୍ଧନରେ

ଦେଇକି ପାରିବ ତା ମୂଲ ।

ସୁଖରେ ଦୁଃଖରେ ସବୁବେଳେ ଥାଏ

ସହିଯାଏ ଯେତେ କଷ୍ଟ

ଦୀପଟିଏ ହୋଇ ନିଜେ ଜଳି ଜଳି

ଚାଲିବା ଶିଖାଏ ବାଟ ।

କାରିଗର ସାଜି ଗଢି ସେ ତୋଳଇ

ଆମକୁ କେତେ ଯତନେ

ଉଣା କରେ ନାହିଁ କେବେ ତା ମମତା

ଭାଳୁଥାଏ ରାତି ଦିନେ ।

ଦେଖେ ନାହିଁ କେବେ କ୍ଷତି ଅବା ଲାଭ

ଛୋଟରୁ ସେ ବଡ଼ କରଇ

ସ୍ନେହ ମମତା ଓ କ୍ଷମାର ସାଗରେ

ନିତି ସେ ଦିଏ ଗାଧୋଇ ।

ଆକାଶ ଠାରୁ ବିଶାଳ ହୃଦୟ ତାର

ସାଗରଠୁ ଗଭୀର ଭାବନା

ମାଆ ପରା ସେଇ ସାକ୍ଷାତ ଈଶ୍ୱରୀ

ନଥାଏ ତାଠି କେବେ ଛଳନା ।।


(ପୁରୁଣା କବିତା ମୋ ଡାଏରିରୁ)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract