ଅତିମାନବ
ଅତିମାନବ
ଅଦ୍ଭୁତ ସାହାସର ପରିଭାଷା ନେଇ
ଆର୍ତ୍ତଜନ ପରିତ୍ରାଣେ ସଂସାରେ ଆସଇ ।
ନିଜ ପରାକ୍ରମେ ନାଶେ ସଂସାରେ କଳୁଷ
ନିଜେ ବିଷ ପିଇ ବାଣ୍ଟେ ଆନରେ ପୀୟୁଷ।
ଦୁର୍ଜନ ସଂହାରି ଦିଏ ସଜ୍ଜନେ ଆଶ୍ୱାସ
ଦୁସ୍ତରୁ ଉଦ୍ଧରି ପୁରା କରୁଥାଏ ଆଶ ।
ଆଚମ୍ବିତେ ଉଭା ହୁଏ ସ୍ମରିଲେ ତାହାକୁ
ନିମିଷେ ଅଦୃଶ୍ୟ ହୁଏ ନଦିଶେ କାହାକୁ ।
ସୃଷ୍ଟି କି ଦେଲା ସତେ ବରଦାନ ଖୋଜି
ଅତିମାନବ ପ୍ରକଟଇ ଦେବ ଦୂତ ସାଜି
।
ଦୁଃଖିଜନ ମାନସରେ ସାଜି ପୂର୍ଣ୍ଣ ଇନ୍ଦୁ
ତୁଷାର୍ତ୍ତ ମୁଖେ ବରଷଇ ଜଳବିନ୍ଦୁ ।
ସଙ୍କଟ କାଳରେ ସେ ତ ଆଶାର ଆଲୋକ
ଯାଦୁକର ପ୍ରାୟେ ହରେ ପ୍ରଣୀଙ୍କର ଶୋକ ।
ଅସାଧ୍ୟ ନୁହଁଇ ତାରେ କେଉଁ କାର୍ଯ୍ୟ ଭଲେ
ଗଗନରେ ଉଡିପାରେ ଜଳ ପରେ ଚାଲେ ।
ଯେତେବେଳେ ଯେଉଁ ସକଂଟ ପଡ଼ଇ ଜଗତେ
ଦୁର୍ଘଟଣା ମହାମାରୀ ବିପର୍ଯ୍ୟୟ ଯେତେ ।
ସଂକଟ ହରଇ କ୍ଷଣେ ସେ ଅତିମାନବ
ତା ବିନୁ କେ କରିପାରେ ଏ ସବୁ ସମ୍ଭବ ।