କଷ୍ଟି ଡାକୁଆ-ଡକ୍ଟର କୃତ୍ତିବାସ ନାୟକ
କଷ୍ଟି ଡାକୁଆ-ଡକ୍ଟର କୃତ୍ତିବାସ ନାୟକ
ବେଶିଦିନ ନୁହେଁ କଥାଟିଏ,
ନୟାଗଡ଼ ନାମେ ଗଡ଼ଜାତ ରାଜ୍ୟ-
ଅନ୍ଧାରି ଶାସନ ଚାଲିଥାଏ |
ସହି ପାରିଲେନି ଅତ୍ୟାଚାର,
ମାତିଲେ ପ୍ରଜାଏ ମେଳିକରି ପୁଣି-
କାଢିଲେ ନିଜର ଧନୁଶର |
କୁମ୍ପାପଡ଼ାଠାରେ ହେଲା ସଭା,
ପ୍ରଜା ମଣ୍ଡଳରେ କନ୍ଧମାନେ ମିଶି-
କହିଲେ-ବିଦେଶୀ ହଟାଇବା |
ଠେଙ୍ଗା-ବାଡ଼ି ଧରି ବାହାରିଲେ,
ଟେଲିଫୋନ ତାର କଟାକଟି କରି-
ସରକାରୀ ଘର ପୋଡ଼ିଦେଲେ |
ବୀରବାଜା ବାଜେ ଢାଉଁ ଢାଉଁ,
ନୟାଗଡ଼ ବଣ-ପାହାଡ଼ କମ୍ପିଲା-
ମଶାଲ ଜଳିଲା ଦାଉଦାଉ |
କନ୍ଧପିଲା କଷ୍ଟି ବୀରବର,
ଡାକୁଆ ନ
ାମରେ ସମସ୍ତେ ଜାଣନ୍ତି-
ଆଗେଇ ଚାଲିଛି ନାହିଁ ଡର |
ଲଢୁଆ ସଇନ ମାଡ଼ିଗଲେ,
ନୂଆଗାଁ’ଠାରେ ପୁଲିସ ବାହିନୀ-
ବନ୍ଧୁକ ସଜେଇ ରହିଥିଲେ |
ଊଣେଇଶ ବୟାଳିଶ ସାଲ,
ଅକ୍ଟୋବର ମାସ ଦଶ ତାରିଖରେ-
ସକାଳଟି ଥିଲା ଶୁଭକାଳ |
ହୋଇଗଲା ତହିଁ ଭେଟାଭେଟି,
କଷ୍ଟି ଡାକୁଆର ରକତ ଧାରରେ-
ନାଲି ହେଲା ନୂଆଗାଁ’ ମାଟି |
ଶରୀରରୁ ଛାଡ଼ିଗଲା ପ୍ରାଣ,
ସହିଦ ହୋଇଲେ ଜାତିପାଇଁ ବୀର-
ଗାଇ ଗାନ୍ଧୀଙ୍କର ଜୟଗାନ |
ସ୍ମୃତିସ୍ତମ୍ଭ ଏକ ହେଲା ଠିଆ,
ବୀର ଡାକୁଆର ସନମାନ ପାଇଁ-
ତୀର୍ଥଭୂମି ହେଲା ନୂଆ ଗାଆଁ |