Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukadev Mahanta

Abstract

4  

Sukadev Mahanta

Abstract

ଏଇ ଘର ଆମ ସରଗ ସୁନ୍ଦର

ଏଇ ଘର ଆମ ସରଗ ସୁନ୍ଦର

1 min
342


ଏଇ ଘର ଆମ     ସରଗ ସୁନ୍ଦର

    ହସଇ ଆମ ସଂସାର

ପିତା ମାତା ସଙ୍ଗେ   ପ୍ରିୟ ପରିଜନ

    ସନ୍ତାନ ସନ୍ତତିଙ୍କର ||


ସୁଖ ବାଣ୍ଟୁ ଆମେ     ଦୁଃଖ ବାଣ୍ଟିନେଉ

   ବିପଦେ ଆପଦେ ସଢି

ଯେତେ ଝଡଝଞ୍ଜା    ଆସିଲେ ତା ସାଥେ

    ଲଢି ଆଗେ ଯାଉ ବଢି ||


ମାଆର ପଣତ     ଲୁହ ପୋଛିି ଦିଏ

   ସୁଖେ ଦୁଃଖେପାଶେ ରହି

ବରଗଛ ପରି      ବାପାଙ୍କର ଛାଇ

     ସବୁବେଳେ ଥାଏ ରହି ||


ଭାଇ ଭଉଣୀଙ୍କ      ସେନେହ ମମତା

     ହସ ଖୁସି ଥଟ୍ଟା ମଜା

ସୁନ୍ଦର କାହାଣୀ     ନୀତିବାଣୀ ଭରା  

   ଜେଜେ ଜେଜେମାଙ୍କ ମଜା ||


ବାରମାସେ ତେର      ପରବେ ସଭିଙ୍କ

      ଆନନ୍ଦର ସୀମା ନାହିଁ

ବିବାହ ଉତ୍ସବ      ଜନ୍ମଦିନ ଅବା

   ଅନ୍ୟୋତ୍ସବ ଥାଉ ହୋଇ ||


ଆମ ଘର ସତେ        ସରଗ ପୁର କି

     ଏଇ ମହୀ ମଣ୍ଡଳରେ  

ସୁଖ ଶାନ୍ତି ଯହିଁ       ଥାଏ ନିରନ୍ତର

     ହସ ଖୁସି ପରିବାରେ ||



Rate this content
Log in

Similar oriya poem from Abstract