ରକ୍ଷାକର ମହାବାହୁ
ରକ୍ଷାକର ମହାବାହୁ
ହେ ଜଗତ ବାସୀ ଡାକ ହାତ ଟେକି
ରଖ ପ୍ରଭୁ ମହାବାହୁ
ଏ ମହୀ ମଣ୍ଡଳୁ ମହା ବିପତ୍ତିର
ପ୍ରାଦୁର୍ଭାବ ଦୂର ହେଉ ||
ତୁହି ପରା ପ୍ରଭୁ ଅଣାକାର ବ୍ରହ୍ମ
ସବୁଠି ବିରାଜି ଥାଉ
ଅଦୃଶ୍ୟ ଶକତି କରୁଅଛି ନାଟ
ନୀରବେ କିପରି ରହୁ ||
ହେ ଚକାନୟନ ଜଗତ ଜୀବନ
ଦୁଃଖୀଜନ ଦୁଃଖ ନେଉ
ଗୁହାରୀ
କରୁଛି ଏ ଜଗତ ବାସୀ
ତୁମ କୃପା ଏବେ ହେଉ ||
ପାପୀ ନାଶିବାକୁ ତପୀ ତାରିବାକୁ
ଧରାକୁ ଓହ୍ଲାଇ ଥାଉ
କେତେ ଦିନ ଆଉ ମାନବ ଭୋଗିବ
ଅଦୃଶ୍ୟ ଶକତି ଦାଉ ||
କରୁଣା କର ହେ କରୋନାକୁ ନାଶ
ଏ ସଂସାରୁ ଦୁଃଖ ଯାଉ
ତୁମ ସୃଷ୍ଟି ଶ୍ରେଷ୍ଠ ମାନବ ଜାତିକୁ
ରକ୍ଷାକର ମହାବାହୁ ||