ପିଲାଦିନ ସ୍ମୃତି
ପିଲାଦିନ ସ୍ମୃତି
1 min
251
ସ୍ମୃତି ଆଜି ସବୁ ଅଫେରା ରାଇଜେ
ଭାବିଲେ ମନେ ନ ଆସେ
ବୟସର ଛାପେ ମଉଳି ଗଲାଣି
ସ୍ପଷ୍ଟ କିଛି ସେ ନ ଦିସେ ॥
ଗାଆଁ ନଦୀକୂଳ ସାଙ୍ଗ ସାଥି ମେଳେ
କେତେ କଣ ଘଟୁଥିଲା
ଗାଆଁ ତୋଟା ମାଳେ ଜାମୁ ଆମ୍ବ ଗଛେ
ଲୁଚି ଖାଇବାର ପାଲା ॥
ପୁନେଇଁ ପରବେ ଭିନ୍ନ ମଉଛବେ
ବିବାହ ବ୍ରତ ଭୋଜିରେ
କେତେ ପୁଣ୍ୟକର୍ମେ ଲୋଡ଼ା ହେଉଥିବା
ବାଲ୍ୟଲୀଳା ଭୋଜନରେ ॥
ଟିଉସନ ମାଡ଼ ବିଦ୍ୟାଳୟ ଛାଟ
ଜୀବନ ଅମୃତ କଲା
କେତେ ରାଗ ରୁଷା ଅପଡ଼, ଆପୁଡୁ
ସବୁ କିଛି ସ୍ମୃତି ହେଲା ॥
ସତରେ ସମୟ ଏଡେ ନିଷ୍ଠୁରତୁ
ସ୍ମରଣେ ନ ଆସୁ ତୁହି
ପିଲାଦିନର ସେ ହସକାନ୍ଦ କଥା
ଝାସ୍ପା ମନେ ପଡ଼ୁ କାହିଁ ?