Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ratinarayan Rout

Inspirational Others

4  

Ratinarayan Rout

Inspirational Others

ପୁରାଣ

ପୁରାଣ

1 min
273



ସୁନ୍ଦର ସଂସାର    ଗଢିବା ନିମନ୍ତେ

    ପୋଥି ପୁରାଣ ଶିଖାଏ

ପ୍ରେମ ମୈତ୍ରୀ ପ୍ରୀତି ଶ୍ରଦ୍ଧା ଦୟା କ୍ଷମା

   ଗୁଣେ ଭୂଷିତ କରାଏ ।


ବେଦ ଭାଗବତ    ଗୀତ ରାମାୟଣ

      ଅଷ୍ଟାଦଶ ଏପୁରାଣ

ଶିଖାଏ ଜୀବନ      ଦର୍ଶନ ସଭିଙ୍କୁ

      କର୍ମ କରେ ନିରୂପଣ ।


ପିତା ମାତା ଭାଇ     ଭକତି ଶିଖାଏ

      ଯୋଗ କର୍ମ ଜ୍ଞନ ଦିଏ

ମୁଢ଼ ମାନବକୁ     ଆଧ୍ୟାତ୍ମିକ ପଥେ

     ଧରମ ପଥରେ ନିଏ ।


ସାହିତ୍ୟ ଭୂଗୋଳ    ବିଜ୍ଞାନ ଅତୀତ

    ଆତ୍ମଜ୍ଞାନ ଶିକ୍ଷା ଦିଏ

ଷଡ଼ରିପୁ  ଆଉ      ପଚିଶି ପ୍ରକୃତି

   ପଞ୍ଚତତ୍ତ୍ଵ ଜ୍ଞାନେ ନିଏ ।


ଉତ୍ତମ ମାର୍ଗରେ    ନେବାକୁ ନିଜକୁ

    ଶାସ୍ତ୍ରଜ୍ଞାନ ଶିକ୍ଷା ଦିଏ

ମୋ ଭାରତବର୍ଷ    ବିଶ୍ଵ ଗୁରୁ ଆଜି

   ଏଥିପାଇଁ ସିନା ସିଏ ।


ଆମ ପୋଥି ନେଇ   ବିଦେଶୀ କରନ୍ତି

   ଗବେଷଣା କାହିଁ କେତେ

ନୂଆ ନୂଆ ଚିନ୍ତା    ଚେତନା ପାଇସେ

   ଉଭାବନ୍ତି ନୂଆ ଯେତେ ।


ଆମେ କିନ୍ତୁ ଆଜି     ଅବହେଳା କରୁ

    ଆମ ପୋଥି ପୁରାଣକୁ

ପାଶ୍ଚାତ୍ୟ ସଭ୍ୟତା   ପଛରେ ଗୋଡ଼ାଇ

    ଭୂଲି ଯାଉ ଅତିତକୁ ।



Rate this content
Log in

Similar oriya poem from Inspirational