ଶିଶୁ ଦିବସ
ଶିଶୁ ଦିବସ
ମାନବ ଜୀବନେ ଚାରି ଅବସ୍ଥାର
ଶିଶୁ ପ୍ରଥମ ପାଵଚ୍ଛ
ଶାନ୍ତ ନିରିମଳ କାନ୍ତ ଓ କୋମଳ
ହୃଦୟ ଯାହାର ସ୍ଵଚ୍ଛ ।
ପରମ ପବିତ୍ର ହିଂସା ବାଦ ଶୂନ୍ୟ
ପ୍ରତିରୂପ ବିଭୁଙ୍କର
ଆସନ୍ତା କାଲିର ନାଗରିକ ସିଏ
ଦେଶ ଭାବି ବଂଶଧର ।
ଶିଶୁଙ୍କ ନିମନ୍ତେ ବିଭିନ୍ନ ଦେଶରେ
ଦିବସ ପାଳିତ ହୁଏ
ଆମରି ଦେଶରେ ଚାଚା ନେହେରୁଙ୍କ
ଜନମ ଦିନଟି ଇଏ ।
କାଶ୍ମିରୀ ପଣ୍ଡିତ ସମ୍ଭ୍ରାନ୍ତ ବଂଶୀୟ
ମୋତିଲାଲ ଯାର ପିତା
ମାତା ସ୍ୱରୂପାଙ୍କ ଗରଭୁ ଜନମି
ହୋଇଲେ ଦେଶର ନେତା ।
ମହାତ୍ମା ଗାନ୍ଧୀଙ୍କ ଡାକରାରେ ସେହି
ସ୍ଵାଧୀନ ସଂଗ୍ରାମୀ ହେଲେ
ଦେଶଜାତି ପାଇଁ ନିଜକୁ ସମର୍ପି
ସ୍ଵାଧୀନତା ଆଣିଥିଲେ ।
ନଭେମ୍ବର ମାସ ଚଉଦ ତାରିଖ
ଉନିଶ ଅଣାନବେରେ
ଆଲ୍ଲାବାଦେ ଜନ୍ମି ପ୍ରଧାନମନ୍ତ୍ରୀ ସେ
ହୋଇଲେ ଆମ ଦେଶରେ ।
ଉନିଶ ଚୌଷଠି ମଇ ସତେଇସି
&nbs
p; ଭାଷଣ ଦେବା ସମୟେ
ଇହଧାମ ଛାଡ଼ି ଚାଲି ଯାଇଥିଲେ
ରହିଲେ ସବୁ ହୃଦୟେ ।
ଏତେ ବଡ଼ ହୋଇ ଶିଶୁଙ୍କ ନିମନ୍ତେ
ହୃଦୟେ ସ୍ଥାନ ରଖିଲେ
ସେ ପାଇଁ ଶିଶୁଙ୍କ ଅତି ଆପଣାର
ଚାଚା ନେହେରୁ ହୋଇଲେ ।
ଗୋଲାପ ନାମିନୀ ଶିଶୁ ପ୍ରାଣ ଗଲା
ଗାଡି ଚକା ତଳେ ତାଙ୍କ
ସ୍ମୁତିର ସ୍ମାରକି ଗୋଲାପ ରଖିଲେ
ପୋଷାକେ ଜୀବନ ଯାକ ।
ଶାନ୍ତ କମନୀୟ ଅମୃତ ସମାନ
ଝରଇ ଭାଷାରୁ ଯାର
କିଣି ନିଏମନ ଦୁଃଖ ହଟିଯାଏ
ଦେଖିଦେଲେ ମୁଖତାର ।
ଶିଶୁ ମୁଖେ ହସ ତାର ଭବିଷ୍ୟତ
ନିମନ୍ତେ ତତ୍ପର ହେବା
ସଂସ୍କାର ଶାଶ୍ଵତ ଭକତିର ଭାବ
ତା ହୃଦରେ ଭରି ଦେବା ।
ତାର ଉନ୍ନତିରେ ଦେଶରଉନ୍ନତି
ସମାଜ ମହାନ ହେବ
ଆଗାମୀ ଦିନର କର୍ଣ୍ଣଧାର ହୋଇ
ନୂଆ କୋଣାର୍କ ଗଢିବ ।
ସ୍ନେହ ପ୍ରେମ ପ୍ରୀତି ଦେଇ ତାଙ୍କୁ ନିତି
ବଳିଷ୍ଠ କରିବା ଆମେ
ସୁନାର ଭାରତ ଗଢିବସେ ଦିନେ
ଶ୍ରେଷ୍ଠ ହେବ ଧରା ଧାମେ ।