ମା ଦୁର୍ଗା
ମା ଦୁର୍ଗା
ପୁଣ୍ୟ ଶରତର ପାର୍ବଣ ଋତୁରେ
ମାଆଙ୍କର ଆଗମନ
ପ୍ରକୃତି ମାନବେ ଏ ଧରା ଧାମରେ
କରିଥାନ୍ତି ଆବାହନ ।
ମଠ ମନ୍ଦିରରେ ବିଭିନ୍ନ ପୀଠରେ
ଷୋଡଶ ଉପଚାର ରେ
ଷୋହଳ ଦିନର ପରବ ଚାଲଇ
ଧରାପୃଷ୍ଠେ ଆଡମ୍ବରେ ।
ମଣ୍ଡପେ ମଣ୍ଡପେ ମୃଣ୍ମୟୀ ପ୍ରତିମା
ଅପରୂପେ ଶୋଭା ପାଏ
ଅସତ୍ୟ ଉପରେ ସତ୍ୟର ବିଜୟ
ମାଆ ଆବିର୍ଭାବେ ହୁଏ ।
ନବରାତ୍ରେ ମାଆ ଦଶମହା ବିଦ୍ୟା
ରୂପେ ପୂଜିତ ହୁଅନ୍ତି
ଦୁର୍ଗତିନାଶିନୀ ଶଙ୍କଟମୋଚିନୀ
ଜଗତ ଦୁଃଖ ହରନ୍ତି ।
ମହାଗୌରୀ କାଳୀ ଷୋଡଶୀ ଭୈରବୀ
ଭୁବନେଶ୍ୱରୀ ଶିବାନୀ
ଛିନ୍ନମସ୍ତା ଗୋରୀ କମଳା ମାତଙ୍ଗୀ
ତାରା ଦୁର୍ଗା ସେ ଭବାନୀ ।
କପାଳୀ ବଗଳା ଧୂମାବତୀ ଶିବା
ସତୀ ଶଙ୍କର ଘରଣୀ
ଶରତେ ପୂଜିଲେ ଅଭିଷ୍ଟ ପୂରଣେ
ସୁଦୟା କରୁ ଜନନୀ ।
ଜଗତ ତାରିଣୀ କାମ୍ପଲ୍ୟ ବାସିନୀ
ମହାମାୟୀ ସିଂହାସନୀ
କୁପ୍ରବୃତ୍ତି ନାଶି ସୁବୁଦ୍ଧି ପ୍ରଦାନେ
ଆଶିଷ ଦେ ମା ଜନନୀ ।
ହିଂସା ବାଦ କ୍ରୋଧ ଯୁଦ୍ଧ ବିଭିଷିକା
ଦୂର ହେଉ ସବୁ ମନେ
ଶାନ୍ତି ମୈତ୍ରୀ ପ୍ରୀତି ବିରାଜିତ ହେଉ
ତୋ ଆଶିଷ ମହାଧନେ ।