ବିଦାୟ ଓ ସ୍ଵାଗତ
ବିଦାୟ ଓ ସ୍ଵାଗତ
ବିଂଶଦୁଇ ବର୍ଷ ବଂଶ ବାହୁ ପରି
ଅନେକ ଯାତନା ଦେଇ
ଏ ବିଶ୍ଵଭୁବନେ ଯୁଦ୍ଧର ତାଣ୍ଡବେ
ନିରୀହ ଜୀବନ ନେଇ ॥
କରୋନା କରୁଣ କାହାଣୀକୁ ରଚି
କେତେ ଧନଜନ ନାଶି
ଅନେକ ଧୂରିଣ ଅମୂଲ୍ୟ ଜୀବନ
ତୋ ଗରଭେ ଦେଲୁ ପେଶି ॥
ହେ ସମୟ କେବେ ହୁଅ ଭୟଙ୍କର
ଶାନ୍ତକାନ୍ତ ମୂର୍ତ୍ତି କେବେ
ତୁମେ ବଳବାନ ସବୁରି ମାଲିକ
ସଭିଏଁ ଜାଣନ୍ତି ଭବେ ॥
ତୁମ ସାଥେ ଋତୁ ଚକ୍ର ଘୁରୁଅଛି
ଏକଥା ଅଜଣା ନାହିଁ
ପ୍ରତିଥର ପରି &nbs
p; ଏଥର ଶୀତରେ
ଆସ ନୂଆ ରୂପ ନେଇ ॥
ମସିହା ଦିନାଙ୍କ ଆରମ୍ଭ ହୁଅଇ
କ୍ୟାଲେଣ୍ଡର ପୃଷ୍ଠା ଡେଇଁ
ନୂଆ ବରଷର ପରବ ମନାନ୍ତି
କେତେ ଖୁସି ଆଶା ନେଇ ॥
ହେ ଦୁଇ ହଜାର ତେଇଶି ବରଷ
ଆସିଛ ପୃଷ୍ଠା ମେଲାଇ
ଅନୁରୋଧଟିଏ ରଖିବ ନିଶ୍ଚିତ
ତାଣ୍ଡବ କରିବ ନାହିଁ ॥
ଶାନ୍ତି,ମୈତ୍ରୀ,ପ୍ରୀତି ପ୍ରଗତିକୁ ଧରି
ନୂଆ ମନ ଆଶା ନେଇ
ଏ ବିଶ୍ଵଜନଙ୍କୁ ସ୍ନେହ ଢାଳି ଦେବ
ତୁମ ଆଶିଷକୁ ଦେଇ ॥