ଆଜିର ମଣିଷ
ଆଜିର ମଣିଷ
ବିଜ୍ଞାନୀ ମଣିଷ ଆକାଶେ ଉଡୁଛି
ସାଗର ଗରଭୁ ରତନ ଖୋଜୁଛି
ପାତାଳ ଫୁଟାଇ ଚାଲି ଶିଖିଲାଣି
ସାରା ପୃଥିବୀକୁ ଟିପେ ରଖିଲାଣି
କାମକ୍ରୋଧ ଲୋଭ ମାୟାମୋହେପଡ଼ି
ଶ୍ରେଷ୍ଟତ୍ଵ ଜନମ ଦେଇ ଅଛି ହୁଡ଼ି
ପୂର୍ବ କର୍ମ ଫଳ ଏବେ ସେ ଭୋଗଇ
ବିପରିତ କରି ଶାନ୍ତି ସେ ଖୋଜଇ
ଆଜିର ମାନବ ଅବଟେ ଚାଲୁଛି
ସ୍ଥାନ କାଳ ପାତ୍ର ଭୂଲି ସେ ଯାଉଛି
ଅସତ୍ୟ ପଥରେ ପାଦ ଥାପୁଅଛି
ନିଜଗୋଡ଼େ ନିଜେ ଚୋଟ ମାରୁଅଛି
ଆଗରେ ବିଶ୍ଵାସ ପଛେ ଅବିଚାର
କଳାମୁଣ୍ଡିଆର ହେଲାଣି ବେଭାର
ନିଜ ସ୍ଵାର୍ଥ ପାଇଁ ହୋଇ ଯାଏ ଅନ୍ଧ
ମାନବିକତାରୁ ବହେ ମନ୍ଦ ଗନ୍ଧ
ବିଳ
ାସ ବ୍ୟସନେ ବିତାଉଛି ଦିନ
ପାଦେ ଦଳି ଦେଇ ସବୁ ନୀତି ମାନ
ବିଦେଶୀ ସଭ୍ୟତା ସଂସ୍କୃତିକୁ ନେଇ
ସ୍ନେହ ପ୍ରେମ ପ୍ରୀତି ଦେଉଛି ଦୂରେଇ
ଯନ୍ତ୍ର ପ୍ରେମେ ଆଜି ମତୁଆଲ ହୋଇ
ଶ୍ରେଷ୍ଠତା ପଣକୁ ଦେଲାଣି ହରାଇ
ଧର୍ମଶାସ୍ତ୍ର କଥା ଭୁଲି ସେ ଗଲାଣି
ହସେ ପାପ ପୁଣ୍ୟ କଥା ଆଜି ଶୁଣି
ସମ୍ପର୍କର ମାନେ ବୁଝେ ନାହିଁ କିଛି
ପିତାମାତା ଛାଡ଼ି ପଥର ପୂଜୁଛି
ଦିବ୍ଯଜ୍ଞାନ ଆଜି ଅଜ୍ଞାନେ ମାତିଛି
ଅନ୍ୟାୟ ଅନୀତି ପଥରେ ଚାଲୁଛି
ରେ ମୁଢ ମାନବ ଛାଡ଼ିହୀନ ଭାବ
ଧର ସୃଷ୍ଟି କର୍ତ୍ତା ଆଧ୍ୟାତ୍ମିକ ନାବ
ନୋହିଲେ ଜନମ ବିଫଳ ହୋଇବ
ଚୌରାଶୀ ଜନମ ତୋର ତୁଛହେବ ।