STORYMIRROR

Ratinarayan Rout

Inspirational Others

3  

Ratinarayan Rout

Inspirational Others

ବନ୍ଧୁ

ବନ୍ଧୁ

1 min
137



ସାହା ହୋଇଥାଏ ରାହା ଦେଇଥାଏ

  ବିପଦେ ଆପଦେ ପାଖରେ ଥାଏ

କିବା। ଶ୍ମଶାନ ଭୋଜି ମହୋତ୍ସବେ

  ପାଦରେ ପାଦ ସେ ମିଳାଇ ଧାଏଁ ॥

ବନ୍ଧୁ ଦିଏ ଥଳ ବନ୍ଧୁ ଦିଏ ବଳ

    ନିଜ ଦେହରୁ ସେରକତ ଦିଏ

ମାନ ସନମାନ ସବୁ ରଖିଥାଏ

    ବନ୍ଧୁ ଅପମାନ ମୁଣ୍ଡେଇ ନିଏ ॥

ରାଜଦରବାରେ ଥାନା କଚେରିରେ

   ବନ୍ଧୁ ପାଇଁ ତନ ଧନ ସେ ଦିଏ

ଆପଣାର ହୋଇ ସେହି ଠିଆ ହୁଏ

    ପ୍ରକୃତରେ ବନ୍ଧୁ ଅଟଇ ସିଏ ॥

ପୁରାଣ ପୃଷ୍ଠାରେ ବନ୍ଧୁ ନିଦର୍ଶନ

    ବନ୍ଧୁ ପବିତ୍ରତା ପ୍ରମାଣ ଦିଏ

ଶ୍ରୀରାମ ସୁଗ୍ରୀବ ଶ୍ରୀକୃଷ୍ଣ ସୁଦାମ

  କର୍ଣ୍ଣ ଦୁର୍ଯ୍ୟୋଧନ ବନ୍ଧୁତା ଯାଏ ॥

ଚନ୍ଦ୍ରମା କୁମୁଦ ପଦୁଅଁ ସ୍ଵରୂଜ

   ବନ୍ଧୁମହାନ୍ତିଙ୍କ କାଳିଆ ସିଏ

ପବିତ୍ର ବନ୍ଧୁତା ଯୋଗୁ ଏ ଜଗତେ

    ଦେବତାବି ନର ପାଲଟି ଥାଏ ॥



Rate this content
Log in

Similar oriya poem from Inspirational