ଦୀନବନ୍ଧୁ
ଦୀନବନ୍ଧୁ
ଜଗତର ବନ୍ଧୁ କୋଟି ପ୍ରାଣ ବିନ୍ଦୁ
ଜଗନ୍ନାଥ ନାମ ବହି
ପତିତମାନଙ୍କୁ ଉଦ୍ଧରିବା ପାଇଁ
ଶୀରିକ୍ଷେତ୍ରେ ଛନ୍ତି ରହି ॥
କୃପାମୟ ହରି କରୁଣା ସାଗର
ଦୁଃଖିଜନଙ୍କର ବନ୍ଧୁ
ଦୀନ ଦିନ ଦୁଃଖି ଡାକିଲେ ଆତୁରେ
ଝରିପଡ଼େ କୃପା ବିନ୍ଦୁ ॥
ଭାବର ଠାକୁର ଭକତିରେ ବନ୍ଧା
ଭାବଗ୍ରାହୀ ନାମ ତାର
ତା କଳାବଦନ ତା ଚକାନୟନ
ଜଗତ ଦୁଃଖ ପାଶୋରା ॥
ଶରଣ ରକ୍ଷକ ଅଗତିର ଗତି
ଭବସିନ୍ଧୁକରେ ପାର
ତାପରି ଦୟାଳୁ ଆଉ ଅଛି କିଏ
ଦୀନବନ୍ଧୁ ନାମ ଯାର ॥
ଭକତର ପିତା ଭକତର ମାତା
ବନ୍ଧୁ ସଖା ସହୋଦର
ତାଙ୍କରି ପଦରେ ଶରଣ ପସିଲେ
ଭବ ଦୁଃଖ ହୁଏ ଦୂର ।