ଶୀତ
ଶୀତ
ଗ୍ରୀବଶହେ ଶିବ ଷଡ ଋତୁ ଆଦ୍ୟ
ଅକ୍ଷରୁ ଆରମ୍ଭ ହୁଏ
ସେ ମଧ୍ୟରୁ ତିନି ଖରା ବର୍ଷା ଶୀତ
ଅନୁମେୟ ହୋଇଥାଏ ॥
ଶରତ ପ୍ରବେଶେ ଦଶରାଠୁ ଶୀତ
ପସରା ତାର ମେଲାଏ
ମାଘ ପୂର୍ଣ୍ଣିମାରେ ଅଘି ଜାଳି ଦେଲେ
ଶୀତଟଳି ଯାଇଥାଏ ॥
କାକର କୁହୁଡି କୋହଲା ପବନ
ଶୀତର ଆୟୁଧ ଇଏ
ଗରିବ ଗୁରୁବା ବୃଦ୍ଧଜନ ପାଇଁ
ଅନେକ କଷଣ ଦିଏ ॥
ବାଳକ ଯୁବକ କୃଷକ ସୈନିକ
ଖେଳାଳି ଯୋଗୀ ବୈରାଗୀ
ଶୀତକୁ ଖାତିରି&nb
sp; କରନ୍ତିନି କେବେ
କରମରେ ସହଭାଗୀ ॥
ଏ ଋତୁରେ ଲକ୍ଷ୍ମୀ ଓହ୍ଲାଇ ଆସନ୍ତି
ଅନ୍ନର ଭଣ୍ଡାର ଧରି
ବରଷକ ଖାଦ୍ୟ ଅମଳେ ରଖନ୍ତି
କୃଷକ ଗୃହରେ ଭରି॥
କେତେ ଫୁଲ ଫଳ କେତେ ଓଷାବ୍ରତ
ଶୀତରେ ଆସଇ ଧରା
ହରସ ଭରନ୍ତି ପ୍ରେମ ମୈତ୍ରୀ ବାଣ୍ଟି
ସୃଷ୍ଟି କରି ଭାଇଚାରା ॥
ନୂତନ ବରଷ ଆରମ୍ଭ ହୁଅଇ
ଏ ଶୀତ ଋତୁ କାଳରେ
ଖରା ବର୍ଷା ଶୀତ ସହିବାକୁ ବଳ
-ଆଶିଷ ଦିଅ ଠାକୁରେ ।