STORYMIRROR

Gajendra Kumar sethy

Inspirational

3  

Gajendra Kumar sethy

Inspirational

ଦୀପାବଳି

ଦୀପାବଳି

1 min
194

ଓଷ୍ଠରେ ସ୍ପୁରିତ ଇପ୍ସିତ ଚେହେରା

ଶୁଭ ଦୀପାବଳି ପାଇଁ

ସ୍ପ୍ପୃ୍ହାହୀନ ଆଜି ସଂସ୍କୃତିର ନକ୍ସା

ସୀମା ସରହଦ ଡେଇଁ । 

ସଭିଏଁ କୋଧିତ କ୍ରନ୍ଦନର ସ୍ବର

ଅଦୃଶ୍ୟ ଗୋଧୂଳି ଲଗ୍ନ୍

ଝାପସା ଝାପସା ଏଠି ଅସ୍ତମିତ ସୂର୍ଯ୍ୟ

ସ୍ମୃତିର ପ୍ରାଚୀର ଭଗ୍ନ

ଅଜ୍ଞାନ ଖେଳୁଛି ମନ ଗହ୍ୱରରେ

ତମସା ପାରିନି ଜିଣି

ଶୁୁୁୁଭ୍ର କଳି ଏଠି କଣ୍ଟକିତ ପଥେ

ଶତତ ହୃଦୟ କିଣି

ଆଲୋକିତ ହେଉ ଅମାବାସ୍ୟା ଚାନ୍ଦ୍

ଆମୋଦିିତ ହେଉ ଆଶା

ଅସତ୍ୟ ଉପରେ ସତ୍ୟର ବିଜୟ

ଆଣୁ ନୂତନ ଭରସା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational