ଅନ୍ଧକାର
ଅନ୍ଧକାର
ଅନ୍ଧକାର ଖାଲି ଜୀବନଟା ମୋର
ଆଲୋକ ସାତ ସପନ
ଅଜ୍ଞାନ ଘେରିଛିି ହୃଦୟରେ ମୋର
କବଳିତ ମୋର ମନ ।
ଅନ୍ଧକାର ମୋର ବେଳାଭୂମି ପରେ
ପଥିକ ମୁଁ ଏକା ଏକା
ଅନ୍ଧାର ବେଳାରେ ଏକା ମୁଁ ଜାଣଛି
ତୁମେ ତ ମୋର ସଖା ।
ଅନ୍ଧାର ଯେତିିିକି ଆଲୋକ ସେତିକି
ସୁୁଖ ଯେତେ ଦୁଃଖ ସେତେ
ସବୁକୁ ଆଦରି ଆବୋରି ନେଇଛି
ଏଇ ମୋ ଜୀବନେେ ଯେେେତେ
ଅନ୍ଧକାର ବୋଲି ଦୁଃଖ ନାହିଁ ମୋର
ଅନ୍ଧଟିଏ ପରା ମୁଁ ଯେ
ଶୋଇ ମୁଁ ଯାଉଛି ଗଭୀର ନିିଦରେ
ସେହି ଅନ୍ଧକାର ଶେଯେ ।