STORYMIRROR

Alhadini Panigrahi dash

Thriller Others

4  

Alhadini Panigrahi dash

Thriller Others

ଉନ୍ନତି ପଥର ଯାତ୍ରୀ

ଉନ୍ନତି ପଥର ଯାତ୍ରୀ

1 min
514

ଧାଉଛି ଯେ ଧାଉଛି

କାହିଁ କେଉଁ ଅନାଦି କାଳରୁ

ବଣ ମଣିଷ ଯୁଗରୁ ବିଞାନ ଯୁଗ ପର୍ଯ୍ୟନ୍ତ

ଏମିତି ଧାଉଁଥିବି କାଳାନ୍ତର ଯାଏ

ମୋର ଲୋଭ ମୋହର କଣ ଅନ୍ତ ଅଛି ?

ଅନ୍ତ ଅଛି ଆଶା ଆଉ ସ୍ବପ୍ନର ?

ମୁଁ ପରା ମଣିଷ !

ପ୍ରଥମେ ପ୍ରକ୍ରୁତିକୁ 'ମା' ବୋଲି ଯତ୍ନ କରୁଥିଲି

ତାର ରକ୍ଷା ପାଇଁ ଧର୍ମ ନାମରେ ତାକୁ ପୂଜା କରୁଥିଲି

ବ୍ରୁକ୍ଷ ଲତା,ପାହାଡ,ଜୀବ ଜନ୍ତୁ

ସମସ୍ତେ ଥିଲେ ମୋର ବନ୍ଧୁ

ଆସ୍ତେ ଆସ୍ତେ ମାଂସ ର ସୁଆଦ ଜାଣିଲି

ଜୀବ ହତ୍ୟା କରିବାରେ ଲାଗିଲି

ନିଆଁ ର ବ୍ୟବହାର ଶିଖିଲି ।

ଧିରେ ଧିରେ ଆଗେଇ ଚାଲିଲି ଉନ୍ନତି ପଥରେ..

(ଯଦିଓ ମୁଁ ଜାଣିନି ,ୟେ ପ୍ରକ୍ରୁତ ଉନ୍ନତି ନା ଅବନତି )

ଆଗେଇ ଚାଲୁଛି ଏ ପର୍ଯ୍ୟନ୍ତ

ଆକାଶରେ ଉଡିଲି

ମହାକାଶରେ ବୁଲିଲି

ପାଣିରେ ବୁଡିଲି

ପରୀକ୍ଷାଗାରରେ ଗବେଷଣା କଲି

କାରଖାନା ଗଢିଲି

କୋଠା ଗଢିଲି

ଜଙ୍ଗଲ କାଟିଲି

ଉନ୍ନତିର ଚରମ ସୀମାରେ ପହଞ୍ଚି

ପ୍ରକ୍ରୁତିକୁ ନିର୍ଦ୍ଦୟ ଭାବରେ ଆଘାତ ଦେଲି

ଘାଣ୍ଟି, ଚକଟି ପକାଇଲି ଆକାଶ, ପ୍ରୁଥିବୀ, ପାତାଳ

ତାପରେ

ଆମ ସୁନ୍ଦର, ସହନଶୀଳା ପ୍ରକୃତି ମା'ବି ସହିପାରିଲା ନି

ଆମ ଅତ୍ୟାଚାର

ଅତିଷ୍ଠ ହୋଇ ପାଲଟିଗଲା ଧ୍ବଂସମୟୀ

ସଂହାର କତ୍ତ୍ରୀ ।

ଆସିଲା

ବାତ୍ୟା ,ମହାବାତ୍ୟା,

ଫାଇଲିନ୍,ହୁଡ୍ ହୁଡ୍, ତିତଲି

ଆଉ ଏବେ ଫନି ପରି ଅନେକ ଅବତାର ନେଇ

ତଥାପି

ଆମେ କ'ଣ ସଚେତନ

ସମୟ ହିଁ କହିବ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller