Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chinmayee Kanta

Inspirational Thriller Others

3  

Chinmayee Kanta

Inspirational Thriller Others

ବିବାହ ସମୟ

ବିବାହ ସମୟ

1 min
127


ସମୟ ଆସିଲା ବିବାହର ଯେବେ

ଖୋଜିଲେ ଘରେ ସରକାରୀ ଚାକିରିଆ,

ଭଲ ପିଲା ପୁଣି ଚାକିରୀ ଖଣ୍ଡିଏ

କରୁଅଛି ପୁଣି ନୁହେଁ ସିଏ ମଦୁଆ ।


ଜ୍ୱାଇଁ ପାଇଲେ ସରକାରୀ ପିଲା

କରିଛି ସରକାରୀ ଚାକିରୀ ଖଣ୍ଡିଏ

ଘର ଠୁ ପଡୋଶୀ ସମ୍ପର୍କୀୟ ସବୁ

କୁହନ୍ତି ମିଳିଅଛି ଭଲପିଲାଟିଏ ।


ଖୁସିରେ ହୋଇଲା ବିବାହ ଝିଅର

ସଭିଙ୍କ ମନ ନାଚିଲା ଝୁମିଲା ଆଜି

ଝିଅ ଗଲା ଆଜି ଶାଶୁ ଘର ତା'ର

ନିଜକୁ ସୁନ୍ଦର ବୋହୂ ବେଶରେ ସାଜି ।


ଧୀରେ ଧୀରେ ଦିନ ବିତିଗଲା ହେଲେ

ପୂରଣ ହେଲା ନାହିଁ କାହାରି ସପନ

କିଛି କରିବାକୁ ଇଚ୍ଛା ଥିଲେ ମଧ୍ୟ

ଭାଙ୍ଗିଯାଏ ବାରମ୍ବାର ସଭିଙ୍କ ମନ ।


ଇଚ୍ଛା ମୁତାବକ କିଣିବାକୁ କିଛି

ଅପେକ୍ଷାରେ ଥିବୁ ମାସର ଦରମାକୁ

ଦରମା ଆସିଲେ କୋଉପଟେ ତାହା

ଚାଲିଯାଇ ଭାଙ୍ଗିବ ସଭିଙ୍କ ଇଚ୍ଛାକୁ ।


ଧନ୍ୟ ସରକାରୀ ଚାକିରିଆ ବାବୁ

ଛାତ ଘରେ ରହିବାର ସ୍ବପ୍ନ ସଭିଙ୍କ

ଧୀରେ ଧୀରେ ହେଲା ସବୁ ଚୁରମାର

ସଭିଙ୍କ ମନେ ଖେଳିଲା ନୂଆଁ ଆତଙ୍କ ।


ଇଚ୍ଛା ହୁଏ ଭଲ ଶାଢ଼ୀ ଖଣ୍ଡେ ହେଲେ

ଅପେକ୍ଷା କରଇ ମାସ ଶେଷ ଦରମାକୁ

ଏତେ ଦିନ ଯାଏ ଭୁଲିଯାଏ ଇଚ୍ଛା

ବୁଝାଇ ରଖିଣ ସିଏ ନିଜର ମନକୁ ।


ଚାକିରୀ ବିହୁନେ ଖୁସି ଆଜି ସର୍ବେ

ମିଳୁଅଛି ସଭିଙ୍କୁ ଟଙ୍କିକିଆ ଚାଉଳ

ମିଳୁଅଛି ପୁଣି ଛାତ ଘରଟିଏ

ବାହାରୁନି ତାଙ୍କରି ଦେହରୁ ଟିକେ ବି ଝାଳ ।


କାଳିଆ ଯୋଜନା ପରି ଆଉ କେତେ

ଯୋଜନାରେ ମିଳୁଅଛି ସଭିଙ୍କୁ ପାଉଣା

ଇଚ୍ଛା ମୁତାବକ ମିଳୁଛି ସଭିଙ୍କୁ

ଉଚିତ୍ ସମୟେ ଯାହାର ଯେଉଁ ଭାବନା ।


ସରକାରୀ କାମ ଯିଏ କରୁଅଛି

ସିଏ ଜାଣେ ତାଙ୍କରି ଘରର ଅବସ୍ଥାକୁ

ସମୟ ମିଳେନି କଥା ହେବାକୁ ବି

ତଥାପି ସଂଘର୍ଷ କରି ଚାଳଇ ନିଜକୁ ।



Rate this content
Log in