STORYMIRROR

Chinmayee Kanta

Classics Crime Inspirational

3  

Chinmayee Kanta

Classics Crime Inspirational

ନାଲି ଟୁକୁ ଟୁକୁ

ନାଲି ଟୁକୁ ଟୁକୁ

1 min
192


ନାଲି ରଙ୍ଗ ଟୁକୁ ଟୁକୁ ଲୋ

ନାଲି ହଉଛି ବାରି

ନାଲି ରକ୍ତ ପୁଣି ସିନ୍ଦୁର

ତାକୁ ଶହେ ଗୁହାରି ll


ନାଲି ରଙ୍ଗେ ଖେଳୁଛନ୍ତି ଗୋ

କେତେ ହୋଲି ପରବ

ରକ୍ତ ଦେଇ ହେଲୁ ସ୍ୱାଧୀନ

କରି ନିଜେ ଗରବ ll


ଅନେଶତ ସତଚାଳିଶ

ଦେଶ ହେଲା ସ୍ୱାଧୀନ

କେତେ ଯେ ମହାନ ପୁରୁଷ

ଦେଇ ଗଲେ ଜୀବନ ll


ସେଇ ସମୟର କାହାଣୀ

ଆଜି ଶୁଣିବା ଆସ

ପ୍ରେମ କାହାଣୀଟି ସେଇଟି

ଆସ ପାଖରେ ବସ ll


ବୁଟା ସିଂ ନାମରେ ସୈନିକ

ଅବସର ମଣିଷ

ପ୍ରେମିକା ଅଟନ୍ତି ଜୈନାଵ

ପାକିସ୍ତାନ ସେ ଦେଶ ll


ଭାରତ ଆଉ ପାକିସ୍ତାନ

ହେଲା ଦୁଇଟି ଭାଗ

ତହିଁରେ ତାଙ୍କରି ପ୍ରେମଟି

ହୋଇ ସାଜିଲା ଯୋଗ୍ୟ ll


ବିଶ୍ୱଯୁଦ୍ଧ ଦୁଇ ନମ୍ବର

ତେବେ ସୈନିକ ଥିଲେ

ବର୍ମା ଠାରେ ତାଙ୍କ ଚାକିରୀ

ସେଠି ଆନନ୍ଦେ ଥିଲେ ll


ବ୍ରିଟିଶ ସୈନିକ ସିଏଗୋ

ଜୈନାଵ ପାକିସ୍ତାନୀ

ଦୁଇ ଝିଅ ଜାତ କରିଣ

ହେଲେ ସିଏ ଜନନୀ ll


ଖବର ପାଇଣ ବିଦେଶୀ

ବୁଟା ଘରକୁ ଗଲେ

ଜୈନାଵ କୁ ନେଇ ସେଇଠୁ

ଶୀଘ୍ର ପ୍ରସ୍ଥାନ ହେଲେ ll


ପ୍ରେମରେ ବିଚ୍ଛେଦ ହୋଇକି

ବୁଟା ଭାଙ୍ଗି ପଡିଲେ

ପ୍ରେମକୁ ଜିତିବା ପାଇଁକି

ଧର୍ମ ବଦଳାଇଲେ ll


ଶିଖ ଠାରୁ ମୁସଲମାନ

ଜାମିଲ ଅହମଦ

ନାମ ରଖି ଭିଜା କରିଲେ

ଯାଇ ରଖିଲେ ପାଦ ll


ହତଭାଗ୍ୟ ତାଙ୍କ ଜୀବନୀ

ପ୍ରେମ ହାରିଲେ ଯାଇ

ପ୍ରେମିକା ହୋଇଲା ଅନ୍ୟର

ସେଠି ବିବାହ ହୋଇ ll


ସହି ନ ପାରି ବୁଟା ସିଂହ

କରିଲେ ଆତ୍ମହତ୍ୟା

ପ୍ରେମର ସମ୍ପର୍କ ଅଟେ କି

ପୁରି ବ୍ରହ୍ମଣ୍ଡେ ମିଥ୍ୟା ll









ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics