STORYMIRROR

Chinmayee Kanta

Romance Fantasy Inspirational

4  

Chinmayee Kanta

Romance Fantasy Inspirational

କାଶତଣ୍ଡୀ ଫୁଲର ପ୍ରେମ

କାଶତଣ୍ଡୀ ଫୁଲର ପ୍ରେମ

1 min
346

ଆସିଲେ ଭାଦ୍ରବ ଘେନି ସଜବାଜ

  ପାଛୋଟି ଭାଇ ବନ୍ଧୁଙ୍କୁ

କେତେ ଯେ ପରବ କେତେ ଯେ ମଉଜ

  ଖୁସି ଦେଉଛି ସଭିଙ୍କୁ।


ଚାଷୀ ଭାଇ କ୍ଷେତ ସବୁଜ ରଙ୍ଗିତ

   ନୂଆ ନୂଆ ଚାଷ କେତେ

କୃଷ୍ଣଚୂଡ଼ା ହସେ ଦେଖି ଏ ଧରାକୁ

   କି ସୁନ୍ଦର ଆହା ସତେ।


ଧରଣୀ ରାଣୀ ଯେ ଚାଷୀର କାମରେ

   ମୁଗ୍ଧ ହୋଇ ପଧାରିଲେ

ଭୂପୃଷ୍ଠ ମଧ୍ୟରେ କାଶତଣ୍ଡୀ ହୋଇ

    ସଭିଙ୍କୁ ପ୍ରେମ ବାଣ୍ଟିଲେ।


କ୍ଷେତ ମଝିଟିର ହିଡ଼ଟି ମଧ୍ୟରେ

    ଶ୍ୱେତ ବର୍ଣ୍ଣର କୁସୁମ

ମନ ମୋହିନିଏ ସଭିଙ୍କର ସିଏ

    ନାଚଇ ସଭିଙ୍କ ମନ।


ଚାଷୀର ସ୍ପର୍ଶରେ ନାଚିଉଠେ ସେଇ

    ଶ୍ୱେତ କାଶତଣ୍ଡୀ ଫୁଲ

ତାହାରି ସ୍ପର୍ଶକୁ ଯିଏ ବି ପାଇଛି

    ସିଏ ଜାଣେ ପ୍ରେମ ମୂଲ।


ବଗ ଧାଡି ପରି ମନେ ହୁଏ କେବେ

    କେବେ ଧାଡି ଦାନ୍ତ ପରି

କେବେ ଝୁମି ଉଠେ ପବନ ସଂଗୀତେ

    ଆନନ୍ଦରେ ନୃତ୍ୟ କରି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance