STORYMIRROR

Prahallad Satpathy

Romance

4  

Prahallad Satpathy

Romance

ତମେ ନ ଥିବା ସହର

ତମେ ନ ଥିବା ସହର

1 min
16


ତମେ ନଥିବା ସହର 

ଆଉ କୋଉ ସହର ହେଇ ଅଛି ଯେ !

କିଛି କିଛି ରାସ୍ତା ଉପରେ ଆଲ୍ କାତରା ଢଳା ହେଇଛି

ରାସ୍ତା କଡରେ ଥିବା ଗଛ ସବୁକୁ ହତ୍ୟା କରାସରିଲାଣି

କିଛି ଗାଡି ଚାଲିଛି,ରିକ୍ସା ବଦଳରେ ଅଟୋ ଗଡୁଛି

ଧୂଆଁ,ଯୁଆଡେ ଅନାଅ।

ନିଆଁ ଖୋଜା ଚାଲିଛି

ନିଆଁ ମାନଙ୍କ ବୟସ,ଏଇ ଅଠର ରୁ ଉଣେଇଶି 

ସୁଦୁ ବେକାରୀ, ମଦ ପାଉଜ୍,ନହେଲେ ଡ୍ରଗ୍ 

କିଛି ନ ମିଳିଲେ କୋରେକ୍ସ କଫ ସିରପ୍ 

ଶହେ ଦି ଶହ ଟଙ୍କା ପାଇଁ କଥା କଥାରେ ହତ୍ୟା ।


ସଭିଏଁ ଅପେକ୍ଷା କରିଛନ୍ତି କାଳିଆ ଟଙ୍କାକୁ

ସଭିଏଁ ଧାଡି ଲଗେଇଛନ୍ତି ଆହାର ବୋର୍ଡ ସାମ୍ନା ରେ

ଯୁଆଡେ ଦେଖ ବଡ ବଡ ହୋର୍ଡିଙ୍ଗ, ଉଦଘାଟନୀ ଉତ୍ସବ

ଯୁଆଡେ ଦେଖ କେଣ୍ଡେଲ୍ ଶୋଭାଯାତ୍ରା

ପାଣି ଅସ୍ତ୍ର ଏବେ

ଖାଦ୍ୟ ନିର୍ବାଚନୀ ଇସ୍ତାହାର ।

ଛୁଆଙ୍କୁ ପୋଷାକ, ବଡଙ୍କୁ ସାନିଟାରୀ ନାପ୍ କିନ୍

ଯୋଜନା ଆଉ ଯୋଜନା, ଉଜ୍ଜଳା, ଆୟୁସ୍ମାନ ।


ତମେ ନ ଥିବା ସହରରେ ସବୁକିଛି ଥାଏ, ହେଲେ ସହର ଟିଏ ନଥାଏ

ଗଛ ଥାଏ, ଡାଳ ଥାଏ, ହେଲେ ପତ୍ର ଜମା ନଥାଏ

ପକ୍ଷୀ ମାନେ ନଥାନ୍ତି

ମୃତ ନଈ, ମୃତ କଇଁ, ଜହ୍ନ ବି ମୃତ

ଓଠ ସବୁରେ ହସ ମୃତ

ତେବେବି କେହିଜଣେ ବୁଲି ବୁଲି କହୁଥାଏ କୁଆଡେ ବସନ୍ତ ଆସୁଛି

ନୁଆଁ ପତ୍ର ପଲ୍ଲବିବ,କୋଇଲି ଗୀତ ଗାଇବ ।


ହେଲେ ମୁ କ'ଣ ମୋ କେଶରେ ରଙ୍ଗ ଲାଗେଇବି ଆଉଥରେ

ଦର୍ପଣ କୁ ଅନେଇବି!

ଖତେଇହେବ, ମୁଁ ଜାଣେ

ଆକାଶକୁ ଅନେଇବି,ଏକା ଏକା ଲାଗିବ

ଯିବା ଆସିବା ମୁହଁମାନଙ୍କୁ ଅନେଇବି, ଅଚିହ୍ନା ଲାଗିବେ

ଗୋଟାଏ ଛକରୁ ଆଉ ଏକ ଛକକୁ ଯିବି

ଝାଉଁଳି ଯାଉଥିବେ ପତ୍ରସବୁ ମୋ ମୁହଁରେ

ପକ୍ଷୀଟିକୁ ଖୋଜିବି ମୁଁ

ମୋତେ ପକ୍ଷୀ ଖୋଜିବ

ଖୋଜିବାରେ ବିତିଯିବା ଆମେ,ଆମର ଆୟୁଷ ।


ତମେ ନଥିବା ସହର ର ବୟସକୁ

ଠଉରେଇ ଜମା ପାରୁନି ମୁଁ!

କେହି ଜଣେ କହିଦେଉ ମୋତେ ଅନ୍ତତଃ ମୋରି ବୟସ !




Rate this content
Log in

Similar oriya poem from Romance