ଭସା ବାଦଲ
ଭସା ବାଦଲ
ଭସା ବାଦଲ ମୁଁ ଆକାଶେ ଉଡୁଛି
ଆବାସ ଡେଣା ମୋ ଝାଡି
ଭରସା କରିଛି ପବନ ଉପରେ
ଦେବ ଟିକେ ଦୂରେ ଛାଡ଼ି।
ଛୋଟ ମୋର ଦେହ ପାରିବିନି ଦେଇ
ଛାଇଟିକେ କାହାପାଇଁ
ଆଶା ମୁଁ ରଖିଛି ତଥାପି ବାଣ୍ଟିବି
ସିତଳତା ଟିକେ ନେଇ।
ଆକାଶ ପୃଥିବୀ ମଝିରେ ରହି ମୁଁ
କାହାକୁ କରିବି ପର,
ପର କିଏ ନୁହେଁ ସଭିଏଁ ନିଜର
ମନ କହେ ବାରମ୍ବାର।
ଜଳ ବିନ୍ଦୁ ହୋଇ ଉପରୁ ଓହ୍ଲାଇ
ଭୂମିକୁ ଚୁମିବା ପାଇଁ
ଆକାଶ ପୃଥିବୀ ମଝିରେ ସେତୁଟେ
ପାଲଟି ଯାଏ ମୁଁ ରହି।

