STORYMIRROR

Gyanaranjan Pradhan

Romance

4  

Gyanaranjan Pradhan

Romance

ଭସା ବାଦଲ

ଭସା ବାଦଲ

1 min
37

ଭସା ବାଦଲ ମୁଁ ଆକାଶେ ଉଡୁଛି

ଆବାସ ଡେଣା ମୋ ଝାଡି

ଭରସା କରିଛି ପବନ ଉପରେ 

ଦେବ ଟିକେ ଦୂରେ ଛାଡ଼ି।


ଛୋଟ ମୋର ଦେହ ପାରିବିନି ଦେଇ

ଛାଇଟିକେ କାହାପାଇଁ

ଆଶା ମୁଁ ରଖିଛି ତଥାପି ବାଣ୍ଟିବି 

ସିତଳତା ଟିକେ ନେଇ।


ଆକାଶ ପୃଥିବୀ ମଝିରେ ରହି ମୁଁ

କାହାକୁ କରିବି ପର,

ପର କିଏ ନୁହେଁ ସଭିଏଁ ନିଜର

ମନ କହେ ବାରମ୍ବାର।



ଜଳ ବିନ୍ଦୁ ହୋଇ ଉପରୁ ଓହ୍ଲାଇ

ଭୂମିକୁ ଚୁମିବା ପାଇଁ

ଆକାଶ ପୃଥିବୀ ମଝିରେ ସେତୁଟେ

ପାଲଟି ଯାଏ ମୁଁ ରହି।

          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance