STORYMIRROR

Gyanaranjan Pradhan

Romance

4  

Gyanaranjan Pradhan

Romance

ଶ୍ରାବଣ ସଙ୍ଗୀତ

ଶ୍ରାବଣ ସଙ୍ଗୀତ

1 min
7

ସୁଣିନାହିଁ ଯିଏ ଶ୍ରାବଣ ସଙ୍ଗୀତ

           ଭିଯିନାହିଁ ବରଷାରେ,

ଲୁହ ଥପ ଥପ ଚିଠି ଲେଖି ନାହିଁ

           ଝୁରିନାହିଁ ଆଷାଢ଼ରେ ।


କହିନାହିଁ ଯିଏ ହୃଦୟର କଥା

           ପ୍ରିୟା ଆଗେ ଗୋପନରେ,

ଜାଳିନାହିଁ ଯିଏ ପ୍ରୀତିର ଦିପାଳି

           ଲୁଚି ଲୁଚି ମନ୍ଦିର ରେ ।


ସପନର ସୁରା ପିଇ ନାହିଁ ଯିଏ

           ପିରତିକୁ ନେଇ ଥରେ,

ପ୍ରେମାପରି ଏକ ଖସଡ଼ା ବାଟରେ

           ପଡ଼ିନାହିଁ ଜୀବନରେ ।



ତାକୁ ମୁଁ କହିବି ଭୁଲ କରିଅଛ

           ନିଅ ଅନୁଭବ ଥରେ,

ଜୀବନଟା ଯଦି ସରିଯିବ ଆଜି 

           ପାଇବାକୁ ଆଉଥରେ ।

            


Rate this content
Log in

Similar oriya poem from Romance