STORYMIRROR

Gyanaranjan Pradhan

Romance

4  

Gyanaranjan Pradhan

Romance

ଶ୍ରାବଣ ସଙ୍ଗୀତ

ଶ୍ରାବଣ ସଙ୍ଗୀତ

1 min
8

ଶୁଣିନାହିଁ ଯିଏ ଶ୍ରାବଣ ସଙ୍ଗୀତ

ଭିଯିନାହିଁ ବରଷାରେ,

ଲୁହ ଥପ ଥପ ଚିଠି ଲେଖିନାହିଁ

ଝୁରିନାହିଁ ଆଷାଢ଼ରେ ।

କହିନାହିଁ ଯିଏ ହୃଦୟର କଥା

ପ୍ରିୟା ଆଗେ ଗୋପନରେ

ଜାଲିନାହିଁ ଯିଏ ପ୍ରୀତି ର ଦୀପାଳି 

ଲୁଚି ଲୁଚି ମନ୍ଦିରରେ ।

ସପନର ସୁରା ପାଇନାହିଁ ଯିଏ

ପିରତିକୁ ନେଇ ଥରେ,

ପ୍ରେମାପରି ଏକ ଖସଡ଼ା ପଥରେ

ପଡ଼ିନାହିଁ ଜୀବନରେ ।

ତାକୁ ମୁଁ କହିବି ଭୁଲ କରିଅଛ

ନିଅ ଅନୁଭବ ଥରେ

ଜୀବନଟା ଯଦି ସରିଯିବ ଆଜି

ପାଇବକି ଆଉଥରେ।


Rate this content
Log in

Similar oriya poem from Romance