STORYMIRROR

Gyanaranjan Pradhan

Romance

4  

Gyanaranjan Pradhan

Romance

ମୌସୁମୀ

ମୌସୁମୀ

1 min
25

ଭିଜା ଭିଜା ମଉସୁମୀ ଭିଜା ଭିଜା ମନ

ଭିଜା ମନୁ ଉଦ୍ଦୀପନା ହୁଏ ଉଦ୍ଭାବନ।।

ଧାର ହସେ ତନୁ ହସେ

ହସେ ତାର ଓଠ

ତାର ହସୁ ଫିଟିଯାଏ 

ପିରତିର ବାଟ।।

ପ୍ରୀତି ଭିଜା ସିହରଣେ ଉର୍ମିର ପ୍ରବାହ

କମନୀୟ ବାରି ସ୍ପର୍ଶେ ବଢାଏ ଉତ୍ସାହ।।

ନବୀନ ଯୌବନେ ରଙ୍ଗ ବୋଳି ହୋଇଯାଏ

ପ୍ରେମିକ ପ୍ରେମିକା ମନେ ପ୍ରୀତି ଛୁଇଁ ଯାଏ।।

ସୌଦାମିନୀ ଆଖିଛଟା ଲାଗିଲେ ଅଙ୍ଗରେ

ତା ପ୍ରବାହେ ସିକ୍ତ ପ୍ରିୟା ପ୍ରିୟ କୁ ଇସାରେ ।।

ଚୁମା ଆଲିଙ୍ଗନ ଚାହେଁ ଅବୁଝା ବୟସ

ବହୁଛନ୍ଦ ମିଳନ ରେ ମେଣ୍ଟାଅ ମୋ ଶୋଷ।।

ପ୍ରଜାପତି ମଧୁ ଶୋଷି ହୁଏ ପ୍ରିତିରଙ୍କା

ସଜ ପ୍ରୀତି ଆହ୍ୱନଟା ସର୍ବଦା ତଟକା ।।

        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance