STORYMIRROR

Bharatabandhu Biswal

Romance

3  

Bharatabandhu Biswal

Romance

ପ୍ରଥମ ପ୍ରେମର ପ୍ରଥମ ଚିଠି

ପ୍ରଥମ ପ୍ରେମର ପ୍ରଥମ ଚିଠି

1 min
246


ପ୍ରଥମ ପ୍ରେମର  ଅନୁରାଗ ଭରା

    ପ୍ରେମିକା ପ୍ରଥମ ଚିଠି

ଅଭୁଲା ତା ସ୍ମୃତି   ସୁବାସ ମହକ

   ଉଠେ ମନ ତଳେ ନାଚି ।

ଅସୁମାରୀ ସ୍ବପ୍ନ   କୁଆଁରୀ କଳିର

    ରଙ୍ଗ ରୂପ ଗନ୍ଧ ରସେ

ଖେଳେ ସପ୍ତରଙ୍ଗ  ଇନ୍ଦ୍ରଧନୁ ମନେ

   ମନ ପ୍ରିୟ ସାଥି ଖୋଜେ ।

 ଉଚ୍ଚାଟେ ବିଭୋରେ  ଭାବ ଇଶାରାରେ

     ମନ ହୁଏ ଦିଆନିଆ

ମନ ଗହନରେ  ଗୋପନ କଥାକୁ

   ଭାଷାରେ ପ୍ରକଟେ ପ୍ରିୟା ।

ବହି ପୃଷ୍ଠା ମଧ୍ୟେ  ପହିଲି ପ୍ରେମର

   ଚିଠି ଓ ଗୋଲାପ ଫୁଲ

ପ୍ରେମ ପୁଲକର  ସ୍ମୃତି ସମୁଜ୍ଜ୍ୱଳେ

   ସେ ଚିଠି ତାଜ ମହଲ ।

ସଯତ୍ନେ ସାଇତି  ରଖଇ ପ୍ରେମିକ

    ଜୀଇଁ ଥାଏ ଯେତେ କାଳ

ଡାକେ ହାତଠାରି  ପ୍ରିୟତମା ଚିଠି

     ଭ୍ରମନ୍ତି ଭ୍ରମେ ଭ୍ରମର ।

ପ୍ରଥମ ପ୍ରେମର   ପ୍ରଥମ ଚିଠିରେ

     ଅକୁହା ଅନେକ କଥା

ହୁଏ ଉବୁଟୁବୁ    ସଜଳେ ମଧୁରେ

   ଦାହେ ମିଠା ମିଠା ବ୍ୟଥା ।


Rate this content
Log in

Similar oriya poem from Romance