STORYMIRROR

Gitanjali Pujapanda

Romance Classics

3  

Gitanjali Pujapanda

Romance Classics

ଛାଡ଼ ଛାଡ଼ ହେ ଆଞ୍ଚଲ

ଛାଡ଼ ଛାଡ଼ ହେ ଆଞ୍ଚଲ

1 min
288


ଛାଡ଼ ଛାଡ଼ ହେ ମୋ ଆଞ୍ଚଲ


ହେ ପ୍ରିୟତମ ,ହେ ପ୍ରିୟ ମୋର


ଯିବି ମୁଁ ଯମୁନା ଜଳ ଆଣି


ହେ କୃଷ୍ଣ ହେ ମୋ ପ୍ରିୟତମ


ଛାଡ଼ ଛାଡ଼ ମୋ ଆଞ୍ଚଲ..............।


ତୁମେ ରସିଆ ରସିକ ପ୍ରବର


ତୁମ ପାଇଁ ଡେରି ହୁଏ ମୋର


କେତେ ଆଉ କହିବି ତୁମକୁ


ଯମୁନା ଯିବି ଜଳ ଆଣିବାକୁ


ହେ କୃଷ୍ଣ ହେ କେଶବ


ଛାଡ଼ ଛାଡ଼ ମୋ ଆଞ୍ଚଲ........।


ଲୋକ ଲାଜ ଛାଡି ଆସିଛି


ବୋଲି, ମୁଁ ଆଜି ତୁମ ପ୍ରେମ


ପାଇଁ ଲୋକ ହସା ବି ସହିଲି


ଶାଶୁଙ୍କର ଅପବାଦ ଆଉ ଗାଳି


ହେ କୃଷ୍ଣ ହେ ମୋ ପ୍ରିୟତମ


ଛାଡ଼ ଛାଡ଼ ମୋ ଆଞ୍ଚଲ........।


ହେଲେ ଏ ରାଧା କାହାକୁ ଡରେନି


କିଏ ଗାଳି ଦେଲେ ତୁମକୁ


ସହି ବି ପାରେନି ତୁମ ନିନ୍ଦା


ଶୁଣି କ୍ଷତ ବିକ୍ଷତ ମୋର ତନୁ


ହେ ମୋ ଜୀବ ଜୀବନ ପ୍ରାଣଧନ


ହେ କୃଷ୍ଣ ,ହେ ମୋର କେଶବ


ଛାଡ଼ ଛାଡ଼ ମୋ ଆଞ୍ଚଲ..................।


ଦୁରେଇ ଯାଅ ମୋ ଠାରୁ ଯେତେ


ସମ୍ଭବ ନୁହେଁ ଆମ ପ୍ରେମ ଆକର୍ଷଣ


ଦେହର ପ୍ରେମ ଯେ ଆମର ଶାଶ୍ୱତ


ସୁନ୍ଦର ମନ ମୁଗ୍ଧକର ପବିତ୍ର ଠାରୁ ବି


ପବିତ୍ର ସେଥିପାଇଁ ସିନା ଅମର ଯୁଗରୁ


ଯୁଗ ଅନେକ ଯୁଗ ରାଧା କୃଷ୍ଣ ଯୋଡି


ଅତିବ ମନୋହର ,ଶୁଭ୍ର ସୁନ୍ଦର


ଛାଡ଼ ଛାଡ଼ ମୋ ଆଞ୍ଚଲ...........।


ଜୟ ହୋ ବରସାନେ ବାଲି ମହାରାଣୀ


କି ଜୟ ହୋ....ଜୟ ହୋ....


ବୃନ୍ଦାବନ ବିହାରୀ କୃଷ୍ଣ କାହ୍ନା କି ଜୟ ହୋ... ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance