STORYMIRROR

Chinmaya Kumar Nayak

Abstract Romance

4  

Chinmaya Kumar Nayak

Abstract Romance

ଚଲାବାଟରେ

ଚଲାବାଟରେ

1 min
219

ସେ ଆସିଥିଲା ଚଲା ବାଟର କେଉଁ ଏକ ଅଚିହ୍ନା ମୋଡରେ

ଜୀବନ ଅଟକି ଗଲା କ୍ଷଣ କାଳ ଅଚାନକ ସେ ଅଜଣା ମୋହରେ। 

ଛୁଇଁ ଗଲା ଛପି ଛପି ବିନା ସ୍ପର୍ଶେ ମୋ ହୃଦ ଓ ତନୁକୁ 

ମନଟା ମୋ ମନୋମୟ ହେଲା କେଉଁ ଏକ ଯାଦୁକରୀ ମୋହିନୀ ମାୟାରେ। 


ଦିନର ସପନ ଯେତେ ଅଙ୍କୁରିତ ହେଲେ ଅଦିନିଆ ଏ ମେଘରେ 

ଘନ କୃଷ୍ଣ ସେ ବାଦଲ ଯେହ୍ନେ ବାନ୍ଧି ନେଲା ମଧୁ ଗାମ୍ଭୀର୍ଯ୍ୟରେ

ଖାଲି ଯାହା ବର୍ଷିବାକୁ ଥିଲା କିଛି ପ୍ରତୀକ୍ଷାର ସହର୍ଷ ମୁହୂର୍ତ୍ତ

ଚମକିଲା ନେତ୍ର ଦ୍ବୟ ଚପଳାର(ବିଜୁଳି) ଚାରୁ ଝଲକରେ। 


କାହିଁ କେଉଁ ଦୂର ଗ୍ରାମେ ଶୁଭୁଥିଲା ବର୍ଷା ଆଗମନୀ

ମୋ ଯାତ୍ରାରେ ବାଧକ ସାଜି ଆସିଲା ସେ ମୁଗ୍ଧା ପ୍ରଣୟିନୀ

କଣ୍ଠ ଜିହ୍ୱା ହୃଦ ସବୁ ଅଚାନକ ହେଲେ ଜଡ଼ ପ୍ରାୟ

ସ୍ଵପ୍ନ ଆଉ ବାସ୍ତବତା ଆଜି କଳ୍ପନାରେ ରଚିଲେ ତ୍ରିବେଣୀ। 


ହାଏ ଏ ସମୟ ଆଜି ବର୍ଷି ଯିବ ପାରିଜାତ ବୋଲି

ଜାଣିଥିଲେ ସାଜି ଥାନ୍ତି ହେଉ ପଛେ ଏ ମୋଡ଼ର ଧୂଳି

ଉଡ଼ିଗଲେ ମେଘ ଖଣ୍ଡ ହାବୁକାଏ ପବନର କଠୋର ଧକ୍କାରେ

ଭାଙ୍ଗିଗଲା ଅଧା ନିଦ ଜୀବନ ନିଆଁରେ ଯେବେ ଆଖି ଗଲା ଜଳି।


ନିଖୋଜ ସେ ସମ୍ପର୍କ ସ୍ଵତଃ ପାଶେ ଧରା ଦେଲା ଯେ କିପରି !

ଆଜି ବି ମୁଁ ହସେ ଏକା ଏକା ସେ କଥାକୁ ଏକାନ୍ତେ ସୁମରି। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract