STORYMIRROR

Debadatta Pradhan

Romance

4  

Debadatta Pradhan

Romance

ଶେଷ ଶୃଙ୍ଗାର

ଶେଷ ଶୃଙ୍ଗାର

1 min
260

ମାନସେ ଉଷ୍ମତା ମଉନ ସମତା

କ୍ଷମତା ଉଦାସ ବାସ

ବାସ୍ନା ବିମୋହିତ କାମ ପ୍ରତିହତ

ସ୍ବକୀୟ ଅପୂର୍ବ ହାସ।


ନିର୍ମଳ କଲ୍ଲୋଳ ଦେହୀର ହିଲ୍ଲୋଳ

କୋମଳ ପଲ୍ଲବ ଭରି

ଭରି ମାଦକତା ସାରି ଚପଳତା

ବୟସ ଆୟୁଷ ପାରି।


ସକଳ ଜୀବରେ ପରମ ଲାଭରେ

ହୁଅଇ ଶୃଙ୍ଗାର ଭରା

ତେଣୁ ଯୋଡା ଯୋଡା ବିହି କଲା ଛିଡା

ଏଇତ ସଂସାର ସାରା।


ମନ୍ମଥ ପ୍ରମତ୍ତ ବିଧାତା ସୃଷ୍ଟିତ

ଅରିଷ୍ଟ ଗରିଷ୍ଠ ଯେତେ

ଯେତେ ନରନାରୀ ଶୃଙ୍ଗାର ସୁମୁରି

ଗୁମୁରେ କେ ହୃଦଗତେ।


ପରତେ ନ,ଯାଏ ମରତେ ହଜାଏ

ତୁରିତେ ଲୋଡଇ ପ୍ରେମ

ପ୍ରେମସିନ୍ଧୁ ତରୀ ନାଚେ ଅବତରୀ

ଏଇ ଶୃଙ୍ଗାରର ଧର୍ମ।


ବିନା ଶୃଙ୍ଗାରରେ ଶୃଙ୍ଖଳିତ ନୁହେଁ

ଆମରି ଜୀବନ ଧାରା

ଶେଷ ଶୃଙ୍ଗାରର ଜୀବନ ସ୍ବାକ୍ଷର

ହେଉ ମୋ,ଯଶ ପସରା।


ସକଳ ଦେହରେ ଭରି ଉନ୍ମାଦନା

ନାଚି ନଚାନ୍ତି ଶ୍ରୀହରି

ତାଙ୍କରି ଆଶିଷ ଶୃଙ୍ଗାର ବିଶେଷ

ବିଶେଷ୍ବତ ପ୍ରୀତି ବାରି।


ବିକୃତ ମସ୍ତିଷ୍କ ହୁଅଇ ନିଷ୍କର୍ଷ

ଶୃଙ୍ଗାର ପୁଷ୍ପକୁ ଛୁଇଁ

ବିନା ଶୃଙ୍ଗାରରେ ବଞ୍ଚେ ନାହିଁ କେହି

କୀଟ ତରୁଲତା ଯହିଁ।


ତେଣୁ ଦିନରାତି ହୁଅଇ ଧରତୀ

ପିରତୀ ଅମୁଲ ମୁଲ

ଶେଷ ପ୍ରଣୟର ଜପେ ନିରନ୍ତର

କିଏ ନୁହେଁ ସମତୁଲ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance