STORYMIRROR

CHINMAYEE PRADHAN

Romance Classics Inspirational

4  

CHINMAYEE PRADHAN

Romance Classics Inspirational

ସମର୍ପିତା ସୌଭାଗିନୀ

ସମର୍ପିତା ସୌଭାଗିନୀ

1 min
411

 ଶରୀର କି ମନ ନୁହେଁ ତା ନିଜର

   ସମର୍ପିତା ସୌଭାଗିନୀ,

ଆନ ପାଇଁ ସଦା କରୁଥାଏ କାମ

   ସଭିଙ୍କର ମନ ଚିହ୍ନି। 


ମାଆର ଥିଲା ସେ ଗେହ୍ଲି ଝିଅଟିଏ

  ବାପାଙ୍କର ଅଲିଅଳି, 

ଭଉଣୀର ଥିଲା ଭଲ ସାଂଗ ସିଏ 

   ଭାଇର ଫୁଲେଇ ରାଣୀ। 


ଯେବେଠୁ ପିନ୍ଧିଛି ଶଂଖା ସିନ୍ଦୂରକୁ 

  ହେଇଛି ସେ ଅର୍ଦ୍ଧାଙ୍ଗିନୀ,

ସ୍ବାମୀ ଦୁଃଖ ସୁଖ ନିଜର କରିଛି

   ସବୁର ସହଭାଗିନୀ।


ଶାଶୁଶ୍ବଶୁରଙ୍କ ମନ ସେ ଚିହ୍ନିଛି 

   ସେବା କରେ ମନଜାଣି, 

ନଣନ୍ଦ ଦିଅର କରନ୍ତି ଆଦର 

   ପାରିଛି ସେ ମନ କିଣି। 


 ପୁଅଝିଅଙ୍କର ଆଦର୍ଶ ମାଆ ସେ

   ଫୁଟିଛି ତ ଆଚରଣେ,

ଉତ୍ତମ ଶିକ୍ଷା ଦେଇ ସେ ଗଢିଛି

   ଏକଥା ଦୁନିଆ ଜାଣେ।


ସିଏ ତ ଦୁହିତା ଦୁଇକୁଳ ହିତା

   ସବୁରି ହିତ ତା ଧର୍ମ,

ଶୁଭ ମନାସି ସେ ଜାଳୁଥାଏ ଦୀପ

   କରୁଥାଏ ତାର କର୍ମ।


ସବୁରି ମୁହଁରେ ଫୁଟାଏ ସେ ହସ

   ନିଜେ ସବୁ ଲୁହ ପିଇ,

ସୁଖ ବାଣ୍ଟୁ ଥାଏ ହସି ହସି ନିତି

   ଦୁଃଖ ସବୁ ଯାଏ ସହି।


ସଭିଙ୍କୁ ଆଲୋକ ଦେଉଥାଏ ନିତି

   ଜୀବନ ଦୀପ ତା ଜାଳି,

ଝଡଝଞା ଯେତେ ଆସିଛି ଜୀବନେ 

   ସବୁକୁ ଦେଇଛି ଟାଳି।


ଅମୃତର ଧାରା ବୁହାଏ ଧରାରେ

  ହସ ତା ପରଶମଣି,

ତା ହାତ ବାଜିଲେ ମାଟି ହୁଏ ସୁନା

   ସତେକି ଜାଣିଛି ଗୁଣି।


ନିଜକୁ ସମର୍ପି ଦେଇଛି ଜୀବନେ

   ସ୍ବାର୍ଥରେ ଅନ୍ଧ ହେଇନି,

ସମର୍ପିଣର ସେ ଜୀବନ୍ତ ପ୍ରତିମା

   ସମର୍ପିତା ସୌଭାଗିନୀ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance