STORYMIRROR

Manaswinee Dash

Romance

4  

Manaswinee Dash

Romance

ପାଣି ଚୁଡି

ପାଣି ଚୁଡି

1 min
255


ଯେବେ ସହରକୁ ଯାଆନ୍ତି ସ୍ବାମୀ ମୋର, 

ଫେରିଲା ବେଳକୁ ଥାଏ କିଛି ପାଣି ଚୁଡ଼ି ହାତେ ତାଙ୍କର, 

କହନ୍ତି ନିଅ ପାଣିଚୁଡି ତୁମର, 

ଖୁସି ଡରୁଥାଏ ମୁଖୁ ତାନ୍କର। 


ପଚାରିଲି ଥରେ କୌତୁହଳବଶତଃ, 

ପାଣି ଚୁଡ଼ି ସହ ତୁମର କି ମୋହ, 

ସତ ସତ କରି କୁହ, 

ଖାଲି ପାଣିଚୁଡି ଆଣୁଛ ଅନ୍ୟ କିଛି ନୁହଁ। 


କହିଲେ ମୋର ସହଧର୍ମିଣୀ ଶୁଣ, 

ଏଇ ପାଣିଚୁଡି ଥିଲା ସାକ୍ଷୀ ସେଦିନ, 

ଯେବେ ହେଲା ଆମ ଦୁହିଁଙ୍କ ମିଳନ, 

ତୁମର ହାତରେ ଥିଲା ଏଇ ପଡିଲା ହସ୍ତ ବନ୍ଧନ। 


ତୁମ ହାତରେ ନାଲି ରଂଗର ପାଣିଚୁଡି ମାନ, 

ମୋହି ନେଇଥିଲା ମୋହରି ମନ, 

ଲାଖିଥିଲା ତୁମ ହାତରେ ମୋ ବେନି ନୟନ, 

ଭାବିଥିଲି ଏଇ ହବ ତୁମପାଇଁ ଉପହାର ଚିରଦିନ। 

ତୁମର ହାତରେ କରେ ରୁଣୁଝୁଣୁ, 

ମନ ମୋହେ ମୋର ରାତି ନ ପାଉଣୁ, 

ତମ ଆସିବା ଜାଣେ ମୁଁ ଶୁଣୁ ଶୁଣୁ, 

ସତରେ ଏ ଶବଦ ଯାଏନି ମୋ ମନୁଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance