Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Puja Badi

Romance

4.2  

Puja Badi

Romance

ନିଖୋଜ ସମ୍ପର୍କ

ନିଖୋଜ ସମ୍ପର୍କ

1 min
226


ପ୍ରେମରେ ସ୍ୱାର୍ଥ

ସ୍ୱାର୍ଥପର ହୋଇ ଚାଲିଗଲା ଛାଡି

ଫେରିଲାଣି କହି କିଏ କାହାର,

ଯାହାକୁ ଭାବିଥିଲି ଏଇ ମନେ 

ସେ ଭି ହେଲାନି ମୋ ନିଜର ।


ଭାବିଥିଲି ଯାହା ସାଙ୍ଗେ ରହିବାକୁ

ଆଖି ସାମ୍ନା ରେ ରଖିବାକୁ 

ସେ ଆସି ଆଜି ମନା କରିଦେଲା

ତା ସ୍ଵପ୍ନ ବି ଦେଖିବାକୁ ।


କଥାରେ କଥାରେ କହୁଥିଲା ଯିଏ

ଓଠରେ ହସ ଭଲ ଲାଗେ ତମର,

ସେ ଆଜି ଯନ୍ତ୍ରଣା ସାଜି

ହୃଦୟରେ କଣ୍ଟା ସାଜୁଛି ମୋର ।


କାହା ଆଗରେ କିଛି କହିପାରୁନି ନି ମୁଁ

କି ହୃଦୟ ଭିତରୁ ଯାଇଛି ଭାଙ୍ଗି,

ସାଥିରେ ସାଥିରେ କାନ୍ଦି ପାରୁନି ମୁଁ

ଲୁହରେ ଲୁହକୁ ଛନ୍ଦି ।


ଯାହାକୁ ମୁଁ ନିତି ଝୁରୁଥିଲି

କଥା ପଡେ ହେବା ପାଇଁ

ଆଜି ସିଏ ଉପହାର ଦେଇଛି

କାନ୍ଦି କାନ୍ଦି ମରିବା ପାଇଁ ।


କେମିତି କହିବି ତା ପାଖେ ଯାଇ

ତୋ ବିନା ପାରୁନି ରହି,

ସେ ଯଦି କହେ ତୁ ପାରୁନୁ ହେଲେ

ତୋ କଥା ସବୁ ଭୁଲି ଆରାମରେ ଅଛି ରହି ।


କେବେ କହିବିନି ଦୁନିଆ ଆଗରେ

ପ୍ରେମ ଗଲା ମୋଠୁ ଦୁରେଇ,

ହୃଦୟରେ ମୋର ସବୁ ଦିନ ପାଇଁ

ଗୋପନ ରଖିବି ଓଠରେ ଚାପି ।


       


Rate this content
Log in