ହୋଲି
ହୋଲି
ଆଜି ହୋଲି କଣ ?
ହୋଲି ହୋଲି ହୋଲିରେ ହୋଲି
ବରଷ କେ ଥରେ ଆସେ ହୋଲି
ହୋଲି ଖେଳ ଯେ ଦୁଇ ଦିନର,
ସାତରଙ୍ଗ ଖେଳିଲେ ଦେଖି ଆସନ୍ତି
ସୀମାନ୍ତରେ ଅଛୁ,କିଏ ଦେଖେ ଏକ ରଙ୍ଗ |
ସବୁରଙ୍ଗ ସିନା ହଜିଯାଇ ପାରେ
ହଜି ଯାଏନି ମନର ରଙ୍ଗ
ଅଦୃଶ୍ୟ ହୋଇ ମନେ ଖେଳୁଥାଏ
ଭାବନାରେ ବିଭୁ ସଙ୍ଗ |
ଏଠି ଛଟପଟ ମନ ଉଚ୍ଛନ
ଖେଳିବାକୁ ସାଙ୍ଗେ ହୋଲି
କୁଞ୍ଜବନ ନାହିଁ ବୃନ୍ଦାବନ ନାହିଁ
ନାହିଁ ମୋ ସାଥେ କାହ୍ନୁ ବୋଲି |
ହସୁଛି କାନ୍ଦୁଛି ରାଗୁଛି ମନରେ
ନିର୍ମଳ ମନ ନେଇ ପ୍ରୀତି କୁ ଝୁରୁଛି
ସମ୍ପର୍କ କୁ ନିବିଡ଼ ରଖି
କେବେ ରାଧା କେବେ ମୀରା ହୋଇ
କୃଷ୍ଣ ରଙ୍ଗକୁ ମୁଁ ମନେ ଭରୁଛି |