ଏତେ ଡର କାହିଁ
ଏତେ ଡର କାହିଁ
ଡର ଡର ଏମିତି ଲାଗୁଛି କାଇଁ
ଏଇ ଅନ୍ଧାରର କଳବଳେ
ଅନ୍ଧାର ଡର ଯେ ଭାରି ଅଡୁଆ
ଅଧା ଡର ଅଧା ମୃତ୍ୟୁ ସମାନ
ଭାଙ୍ଗିବାକୁ ଚାହେଁ ଏଇ ଅନ୍ଧାରର ନୀରବତା
ଭୟାଳୁ ପରି ଲାଗୁଛି
ଆଖି ଆଗେ ନାଚି ଉଠେ ଏଇ ଘନ ଅନ୍ଧାରର ଉପତ୍ୟକା |
ତାଠୁ ଡର ଲାଗେ ମନ ଅନ୍ଧାର
ହଇରାଣ କରି ଚାଲେ ପୁରା ଜୀବନ ସାରା
ଏହାକୁ ଆଲୋକ ଦରକାର ଥାଏ କିନ୍ତୁ
ତାକୁ ସମୟ ଦରକାର |
ଆଖିରେ ଆଖିଏ ମନ ନେଇ
ଖୋଜେ ଛୋଟ ଛୋଟ ଆଶା
ଡରକୁ ହରାଇ ଭୟରୁ ଆଗେଇବାକୁ
ବୁଣୁଛି ନୁଆଁ ଆଶା |
ଖୁସିର ସ୍ୱପ୍ନ ନେଇ ପ୍ରଫୁଲ୍ଲ ମନ ନେଇ
ଆଗକୁ ବଢ଼ିବି ଅନ୍ଧାରକୁ ଡେଇଁ
କିନ୍ତୁ କେବେ କେବେ ଡରି ଯାଏ ମନ
ଲାଗେ କାଳେ ଏ ଡରୁଆ ମନ ପଛଘୁଞ୍ଚା ମାରି ନ ଯାଏ |
ଲାଗେ ଏଇ ଅନ୍ଧାର ସତେ
ମତେ ଡରେଇବାକୁ ହିଁ ଅଡି ବସିଛି
ଆଲୋକର କୁଆଡେ ରାସ୍ତା ବି ଦିଶୁନି
ହେଲେ ରାସ୍ତା ମିଳିବ କିନ୍ତୁ ଠିକ ସମୟରେ
ଟିକେ ଟାକିବାକୁ ତାକୁ ସମୟ ଦେବାକୁ ହବ |
