ଗୁରୁ ବନ୍ଦନା
ଗୁରୁ ବନ୍ଦନା
ଗୁରୁ ବିନେ ଏ ଦୁନିଆ ଅନ୍ଧାର
ଗୁରୁ ହିଁ ଚଳନ୍ତି ଠାକୁର
ଗୁରୁ ତୁମେ ସଭିଙ୍କୁ ଆଲୋକ ଦେଖାଅ
ଅଜ୍ଞାନୀ ର ତମେ ଜ୍ଞାନ ଦାତା ।
ଗୁରୁ ନ ଥିଲେ ଜୀବନ ନ ଥାନ୍ତା
ନ ଥାନ୍ତା ବିବେକ ବିଦ୍ୟା
କର୍ମ କ୍ଷେତ୍ରେ ଧର୍ମ କ୍ଷେତ୍ରେ
ଲୋଟିଥାନ୍ତି ଅଜ୍ଞାନର ମହାସନ୍ଧ୍ୟା ।
ତମ ଆଶୀର୍ବାଦେ ଲଭିଛି ଜ୍ଞାନ
ତମ ଜ୍ଞାନେ ସଫଳତା
କେଉଁ ନର ଯଦି ଗୁରୁଙ୍କୁ ବୁଝି ନ ପାରିଛି
ସେ ହିଁ ଦୁନିଆଁର ଏକା ମୁର୍ଖତା ।
ତମ ଜ୍ଞାନେ ଶ୍ରଦ୍ଧା ତମ ଜ୍ଞାନେ ଆଶିଷ
ତୁମେ ହିଁ ମୋର ବାଟର ପଥିକ
ତମ କୃପାରୁ ବିଦ୍ୟାଦାତା ମୋର
ସାଜିଛି ମୁଁ ସୁ ମାନବ ।
ତମ ଆଶୀର୍ବାଦ ପାଇ ଗୁରୁ ହେ
ଲଙ୍ଘିଛି ପଙ୍ଗୁ ବି ଗିରି
ଆମ ଉପରେ ସଦା ତମ କୃପା ଅଛି ବୋଲି
ଅସଫଳତା ଉପରେ ପଡୁଛି ଭାରି ।
ତମ କୃପା ଦୃଷ୍ଟି ତମ ଆଶିଷ
ମୋ ଉପରେ ସଦା ରହିଥାଉ
ବଞ୍ଚିଥିବା ଯାଏ ଏଇ ମୋର ତୁଣ୍ଡ
ଜୟଗାନ ତୁମରି ଗାଉଥାଉ ।
