ସ୍ମୃତିରେ ପ୍ରେମ
ସ୍ମୃତିରେ ପ୍ରେମ
ଫୁଲ ବଗିଚାରେ ସବୁ ସୁନ୍ଦର ଫୁଲ
ହେଲେ ଗୋଲାପ ଅତି ମନଛୁଆଁ
ଆକାଶରେ ଅଛି ଅନେକ ତାରା
ହେଲେ କଇଁ ଖୋଜେ ଚନ୍ଦ୍ରମା |
ଆଖି ଦେଖେ ଅନେକ କିଛି
ହେଲେ ଖୁସି ସେ ଖୋଜୁଥାଏ
ଦୁଃଖ ହେଇଗଲେ ମନ ଭିତର
ଆଖିରେ ଲୁହ ଝରୁଥାଏ |
ଓଠ ପୁଣି କହେ ମିଠା ଟାଣ ଭାଷା
ପ୍ରେମରେ ନିରବ ରହି
ଜାଣେନା ସେ ନଦୀ ପରି ବୋଧେ
ହୋଇ ଯାଏ ନିମ୍ନଗାମୀ |
ତମର ସେଇ ଅଭୁଲା ସ୍ମୃତିରେ
ଶୀତ ସକାଳର ବୁନ୍ଦା କାକର
ମନକୁ କରୁଛି ନୀତି ଶୀତଳ,
ବସନ୍ତର ମଳୟ ପବନ ସାଙ୍ଗେ
ତମ ମହକ ଖେଳୁଛି ଯେମିତି
ଆଙ୍କୁଛି ମନେ ପ୍ରେମ ଚିତ୍ର |