STORYMIRROR

Nrusingha Narayan Tripathy

Romance Others

4  

Nrusingha Narayan Tripathy

Romance Others

ଚାନ୍ଦ ନା ତୁମେ ତାରା

ଚାନ୍ଦ ନା ତୁମେ ତାରା

1 min
265


ଚାନ୍ଦ ନା ତୁ ତାରା ଜହ୍ନ ନା ତୁମେ ଯେ ଖରା

ହୃଦୟର ହୀରା ମୋର ପ୍ରୀତିର ପ୍ରସରା ll

ମୋର ପ୍ରେମ ବଗିଚାର ଗୋଲାପର ଫୁଲ

ପ୍ରସ୍ଫୁଟିତ ହୋଇ ତୁମେ ସତେ ମହକିଲ ll


ଯେଉଁଦିନ ମୋର ତୋତେ ପଡିଲା ନଜର

ଅଜଣା ଶକ୍ତିରେ ମୋତେ ଟାଣିଲା ତତ୍ପର ll

ଅଙ୍କା ବଙ୍କା ଚାଲି ତୋର ମୁରକିର ହସ

ରତି ସର ବଦ୍ଧ କଲା ଉଡ଼ିଗଲା ହୋସ ll


ବିଜ୍ଞାନ ଗଣିତ ମୋର ହୋଇଗଲା ଶେଷ

ସାହିତ୍ୟ ହୋଇଲା ଭଲ କଲମର ଚାଷ ll

ଲେଖିଗଲି କେତେ କଥା ଭାବି ତୁମ ମଥା

ହଜିଗଲା ନିଦ ମୋର ଜାଣିଗଲି ବ୍ୟଥା ll


ଶୟନେ ସପନେ ତୁମ ଚେହେରା ଦେଖଇ

ନ ଦେଖିଲେ ଦିନେ ମୋର ମନ ଯାଏ ମରି ll

ପ୍ରଜାପତି ସାଜି ମୁହିଁ ମହୁ ଯାଏ ପିଇ

ମଉଳି ଯିବନି ଯମା ପଛ ମୋତେ କରି ll


ଯେତେ ଦୂରେ ଥାଅ ପ୍ରିୟ କରିବନି ପର

ଆକାଶରେ ଶଶୀ ଯେହ୍ନେ କଇଁ ସରୋବର ll

ତୁମ ଉପବନେ ମୁହିଁ ମହୁମାଛି ସାଜି 

ଦର୍ଶନ କରିବି ତୁମ ସୌନ୍ଦର୍ଯ୍ୟରେ ମଜି ll


କରିବନି ହତାଦର କରିବ ନିଜର

ଦୁନିଆଁ ଦେଖିବ ଆମ ଶାଶ୍ୱତ ପ୍ରେମର ll

ହେବ ନାହିଁ ଆନମନା ଦୈହିକ ସୁଖର

ମିଳିବନି ଶାନ୍ତି ଯମା ହୋଇ କଳଙ୍କର ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance