STORYMIRROR

Chaturbhuja Sahoo

Romance

4  

Chaturbhuja Sahoo

Romance

ଆପଣାପଣ...

ଆପଣାପଣ...

1 min
340


ପ୍ରେମର ଦିପାଳୀ ଜାଳି ହୃଦୟରେ ଭାବୁଥିଲି ପ୍ରତିକ୍ଷଣେ,

ପ୍ରିୟତମା ତମ ପ୍ରୀତିର ସାନିଧ୍ୟ ଅନୁଭବ ଅନୁକ୍ଷଣେ,

ତମକୁ ନିଜର କରିବା ପାଇଁ ଗୋ' ଭାବେ ଶୟନ ସପନେ,

ଜାଣିତ ନଥିଲି ଛଳନାର ମଧୁ ପିଉଥିଲି ମନେ ମନେ.....।


ତୁମରି ପ୍ରେମର ପାଗଳ ପ୍ରେମିକ କାନ୍ଦେ ଗୁମୁରି ଆଜି,

ଅତୀତର ଯେତେ ଅଭୁଲା ଆଳାପ 

ସ୍ମୃତି ଯାଏ ଏବେ ହଜି,

ଅଳପ ଦିନର ଗଳପ ଆମର କାହାଣୀରେ ପୂର୍ଣ୍ଣଚ୍ଛେଦ,

ଗରିବ ହୃଦୟ ପ୍ରେମ କରିବାରେ ଅନେକ ମହାପାପ.... ।


ଶେଫାଳୀ ଖୋଜେନା ଆତ୍ମପ୍ରତ୍ଯୟ ପାହାନ୍ତି ତା ଅବସାନ,

ଦୀପାଳୀ ତ ଜଳେ ତମସା ହଟାଇ ଜମା ନାହିଁ ଅଭିମାନ,

କାଗଜ ଡଙ୍ଗା କି ରଖିଛି ହିସାବ ସ୍ମୃତିଭରା ଅତୀତର,

ହାରିବା ଲୋକର ଆଉ କିବା ଲୋଡା- ସେ, ଅଲୋଡା ଯାଯାବର... ।


କେତେ ପ୍ରତାରଣା ଛଳନା କପଟ ନିନ୍ଦା ଅପମାନ ବହି,

ଚାଲୁଥିବା ପଥ, ହେ କାଗଜଡଙ୍ଗା ଆପଣାର ଭାବ ରହି ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance