STORYMIRROR

Chaturbhuja Sahoo

Romance

4  

Chaturbhuja Sahoo

Romance

ଦୂରତା

ଦୂରତା

1 min
14

*ଦୂରତା*


ତୁ ଆଉ ମୁଁ 

ତା' ମଧ୍ୟରେ ଦୂରତା 

କାହିଁ ବେଶୀ ଦୂର ନୁହଁ ତ....!


ଅବଶ୍ୟ 

ତୁ କହିପାରୁ 

ମୋ'ବସା ଠୁ ତୋ' ରହଣି 

ଦେହ ଠୁ ଦେହର ଦୂରତା

ଖୁବ୍ ଦୂର ....

ସମାନ୍ତର ସରଳରେଖା 

କଣ କେବେ ଏକାଠି ହୋଇପାରେ ?

ସେ ବ୍ରଡ୍ ଗଜ ହେଉ କି ନ୍ଯାରୋ

ଅବା ମିଟର ଗଜ୍ 

ରେଳପଥ ର ଟ୍ରାକ୍ କେବେ କ'ଣ ମିଶିପାରେ ...!

ତୁ ମୋ' ଠୁ ଖୁବ୍ ଦୂରରେ 

ମୋ' ଅପହଞ୍ଚ ଇଲାକାର ସ୍ବାଧୀନ ପକ୍ଷୀ 

ସତଚଷ୍ଟା କଲେ ବି ....,

         ଖୁବ୍ ଅପହଞ୍ଚ.....

ହେଇ ଦେଖୁନା 

ସମୟ ରାତି ବାଆର 

ଆଉ ଘଣ୍ଟା କଣ୍ଟା ଠିକ୍ ମିନିଟ୍ କଣ୍ଟା ଉପରେ 

କିନ୍ତୁ ଦୁହିଁଙ୍କ ଭିତରର ଦୁରତ୍ଵ ଜଣାପଡେନି ସିନା

ଆଦୌ ଏକାଠି ନୁହନ୍ତି ।

ତେବେ

ଭିନ୍ନ ବିଚାରଧାରାର ଦୁଇଟି ମନ,

କ'ଣ ଏକାଠି ଆଶ୍ରିତ ସମ୍ଭବ??

କିଏ କହିଲା ବିଷମଚାର୍ଜ ପରସ୍ପର ଆକର୍ଷଣ ରେ ବନ୍ଧା?

ବଳିଷ୍ଠ ଉଦାହରଣ ପରା - ତୁ ଆଉ ମୁଁ....

ଅତଏବ 

ଏ ଜନ୍ମ କଣ 

ଶହେ ଜନ୍ମ ବିତିଗଲେ ବି 

ମୋ' ଜୀବନେ ତୁ' ଏକ ଅପହଞ୍ଚ ମାଇଲଷ୍ଟୋନ୍ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance