STORYMIRROR

Bhaskar Tripathy

Romance

4  

Bhaskar Tripathy

Romance

ଅଳ୍ପ ଅଳ୍ପ ଅନ୍ୟମନସ୍କତା

ଅଳ୍ପ ଅଳ୍ପ ଅନ୍ୟମନସ୍କତା

1 min
238

ବେଳେବେଳେ ମିଛଗୁଡା ସତସତ ଲାଗେ

ସତ ଲାଗେ ମିଛମିଛ ଗପ

ଦିନ ଶୂନ୍ ଶାନ୍ ଲାଗେ

ରାତି ହୁଏ ଶାସ୍ତ୍ରୀୟ ସଂଗୀତ

ବେଳେବେଳେ

ଶବ୍ଦଙ୍କର ନୀରବ ନିର୍ବାଣ

କୋଳାହଳ ମୟ କରେ

ହୃଦୟର ନିଶୁନ ଇଲାକା

ମାଟିମଗ୍ନ ମଧ୍ୟାହ୍ନରେ

ବେଳେବେଳେ ଭଲ ଲାଗେ

ମୌସୁମୀର ଅଳ୍ପ ଅଳ୍ପ ଅନ୍ୟମନସ୍କତା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance