ଫେରି ଆ•••••୧
ଫେରି ଆ•••••୧
ମଥୁରାର ଉତ୍ତପ୍ତ ମଧ୍ୟାହ୍ନ ଠାରୁ
କେତେ ଅବା ଦୂର ଗୋପର ଗୋଧୂଳି
ଇଚ୍ଛାର ଇଂଦ୍ରପ୍ରସ୍ଥ ଠାରୁ କେତେ ଅବା ଦୂର
ହସର ହସ୍ତିନା ପୁରି
ମୁଁ ଯିବି ମୋ ଏକୁଟିଆ ପଣ ସହ
ଭୟାବହ ଅନ୍ଧାରର ଛାତି ଚିରି
ତୁମର ସେ ପ୍ରେମସିକ୍ତ ଯମୁନା ପୁଳିନେ
ପୁଣିଥରେ କୋଳାହଳ କରିବାକୁ
ଦରଭିଜା ଶବ୍ଦଙ୍କୁ ଚିପୁଡ଼ି
ମୋ କଳ୍ପିତ ସ୍ଵର୍ଗର ସମ୍ଭାବ୍ୟ ନକ୍ସାରେ
ତୁମେ ସୁନ୍ଦରତମ ଚିତ୍ରାଙ୍କନ ଟିଏ
ମୋ ଭାଗ୍ୟର ଭୂଗୋଳରେ ତୁମେ
ପ୍ରିୟତମ ପ୍ରକୃତିର ରଙ୍ଗ ତୁଳୀ
ମୋ ଅସହାୟ ଆକାଶର ତୁମେଇ ତ
ସାନ୍ତ୍ଵନାର ନୀଳ ନୀଳ ଜହ୍ନ
ତୁମ ଅବର୍ତ୍ତମାନରେ
ନିଜକୁ ମୁଁ ବାରମ୍ବାର ଏଇ କଥା
ପଚାରୁଥାଏ
ମୁଁ କିଏ , ମୁଁ କିଏ ?