STORYMIRROR

Bhaskar Tripathy

Romance

3  

Bhaskar Tripathy

Romance

ଫେରି ଆ•••••୧

ଫେରି ଆ•••••୧

1 min
245

ମଥୁରାର ଉତ୍ତପ୍ତ ମଧ୍ୟାହ୍ନ ଠାରୁ 

କେତେ ଅବା ଦୂର ଗୋପର ଗୋଧୂଳି

ଇଚ୍ଛାର ଇଂଦ୍ରପ୍ରସ୍ଥ ଠାରୁ କେତେ ଅବା ଦୂର

ହସର ହସ୍ତିନା ପୁରି

ମୁଁ ଯିବି ମୋ ଏକୁଟିଆ ପଣ ସହ

ଭୟାବହ ଅନ୍ଧାରର ଛାତି ଚିରି

ତୁମର ସେ ପ୍ରେମସିକ୍ତ ଯମୁନା ପୁଳିନେ

ପୁଣିଥରେ କୋଳାହଳ କରିବାକୁ

ଦରଭିଜା ଶବ୍ଦଙ୍କୁ ଚିପୁଡ଼ି

ମୋ କଳ୍ପିତ ସ୍ଵର୍ଗର ସମ୍ଭାବ୍ୟ ନକ୍ସାରେ 

ତୁମେ ସୁନ୍ଦରତମ ଚିତ୍ରାଙ୍କନ ଟିଏ

ମୋ ଭାଗ୍ୟର ଭୂଗୋଳରେ ତୁମେ 

ପ୍ରିୟତମ ପ୍ରକୃତିର ରଙ୍ଗ ତୁଳୀ

ମୋ ଅସହାୟ ଆକାଶର ତୁମେଇ ତ 

ସାନ୍ତ୍ଵନାର ନୀଳ ନୀଳ ଜହ୍ନ

ତୁମ ଅବର୍ତ୍ତମାନରେ 

ନିଜକୁ ମୁଁ ବାରମ୍ବାର ଏଇ କଥା

ପଚାରୁଥାଏ

ମୁଁ କିଏ , ମୁଁ କିଏ ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance