STORYMIRROR

Bhaskar Tripathy

Romance

3  

Bhaskar Tripathy

Romance

ମୁ ଜାଣିଥିଲି

ମୁ ଜାଣିଥିଲି

1 min
200

ମୁ ଜାଣିଥିଲି

ତମେ ନିଶ୍ଚେ ଭୁଲିଯାଇଥିବ

ମୋ ସହ ବିତେଇଥିବା

ବିଶ୍ବାସ ବିଭୋର ମୁହୂର୍ତ୍ତ ମାନଙ୍କୁ

ନିଃଶ୍ବାସର ନୀଳ ନଈତୁଠରେ

ମିଛରେ ମିଛରେ

ହଜେଇ ଦେଇଥିବା

ଐତିହାସିକ ଅହଂକାରକୁ

ଶ୍ରାବଣର ଓଦା ଅପରାହ୍ଣରେ

ଅପେକ୍ଷାର ସେ ଆଖି ଦୁଇଟାକୁ

ସେଥିପାଇଁ ତ ତମେ

କାଳଜୟୀ

ଆଉ ମୁ ଆଲୁଅରେ ବି

ବାଟ ଭୁଲି ଯାଇଥିବା ସେଇ

ପୁରୁଣା ବାଟୋଇ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance