STORYMIRROR

Panchanan Jena

Abstract Romance

4  

Panchanan Jena

Abstract Romance

ସ୍ନେହ ପାଖୁଡ଼ା

ସ୍ନେହ ପାଖୁଡ଼ା

1 min
419


ଆମ ୧୯୮୬ ମସିହା ମ୍ୟାଟିକ ବ୍ୟାଚର

ପ୍ରଥମେ ବାହା ହେଇଥିବା 

ଅଖ୍ୟାତ ପଲ୍ଲୀର ବିଖ୍ୟାତ ବୀରବର

ଅଜୟ ଦାସକୁ ମଜାରେ ମଜାରେ କେତେଥର

ପଚାରୁ ପଚାରୁ ପଚାରି ଦେଲି ଏଥିର


ତୋ ସଦ୍ୟ ବିବାହିତ ସ୍ତ୍ରୀର ସୌନ୍ଦର୍ଯ୍ୟ 

ଅର୍ଥାତ ମୋ ଭାଉଜଙ୍କର କିର୍ତ୍ତି ଗାମ୍ଭିର୍ଯ୍ୟ

କେମିତି କହିବୁ କି ?


ଫୁଲ ଫୁଲିଆ ଦେହରେ ଥାଏ ନା

ହଳଦୀ ଗୁରୁ ଗୁରୁ ରଙ୍ଗରେ ଥାଏ ନା

ଅଳତା ଭୁରୁଭୁରୁ ପାଦ ପାଉଁଜିରେ ଥାଏ ନା

ରୁଣୁଝୁଣୁ ସୁନାହାର ଗହଣା ଗାଣ୍ଠିରେ ଥାଏ ନା

ଆଜାନୁ ଲମ୍ବିତ ହାତେ ଓଢଣା ଭିତରେ ଥାଏ ନା

ଚମ୍ପାକଲି ମଖମଲି ପାନଖିଆ ନାଲି ଓଠରେ ଥାଏ ନା

ନୟନ ବନ୍ଧନୀ ତଳେ ସାଇତା ଭଲପାଇବାରେ ଥାଏ


ମ୍ଳାନ ହସଟେ ଟାଣିଦେଇ ଧୀରେ

ଜ୍ଞାନି ବିଜ୍ଞାନି ପ୍ରବଚକ ପରି କହିଦେଲା ସୁରେ


ଧେତ୍‌ ମୁର୍ଖ 

ହେଲୁ କି ବାଇ

ନାରୀର ସୁନ୍ଦରତା ଦେହରେ ଖୋଜନା ଭାଇ

ବାରହାତିଆ ପାଟଣାଢୀରେ ମିଳୁଛି କାହିଁ


ସେ ସବୁ ସ୍ନେହ ପାଖୁଡାରେ ଥାଏ

ଆଖି ପଲକରେ ଝଲକରେ ଗାଏ

ଭାବନା ସମ୍ଭାବନାରେ ଫୁଲୁ ଥାଏ

ବାତ୍ସଲ୍ୟ ପ୍ରେମ ପ୍ରଦାନରେ ଉଡ଼ୁ ଥାଏ

ପ୍ରୀତି ଫଲଗୁରେ ଆକ୍ତାମାକ୍ତା ବୁଡିଯାଏ


ପୁଣି ଦିଶିଯାଏ ରାଗ ରୋଷ ଅଭିମାନରେ

ତ୍ୟାଗ ତର୍ପଣ ଅର୍ପଣ ସମର୍ପଣରେ

ମହକି ଚହଟୁ ଥାଏ ଘର ବାହାରେ ସଭାରେ


ବୋକା ମାଧବ ସାଙ୍ଗ ମୋର

ବାୟା ବାତୁଳା ପାଗଳ ସୌଦାଗର

ଦେହ ଦେହଳୀରେ ନାରୀକୁ ଦେଖି

ଭାବୁବୁନି କେବେ ଜିତିଗଲୁ

ମୈଥୁନ କରିପାରୁ ଭୋଗ କରିପାରୁ

ପଥର ଶରୀର ମଲୁ


ନାରୀ ମାନେ ହେଲେ ଜଗତଜୀଣା

ହସେଇ ମନେଇ କଥାରେ ବୀଣା

ଖୋଏଇ ରସେଇ ଭାରି ପ୍ରବୀଣା

ଅନୁଃକରଣ ତଳେ ଶୋଇଥିବା

ଆତ୍ମାକୁ ଜଗେଇ ସମ୍ଭାଳି ଘରକରଣା

ପିଲା ପରିବାର ବାନ୍ଧନ୍ତି ତ୍ୟାଗ ପାଉଣା


ଫୁଲର ପାଖୁଡ଼ା ପରି

ଗୁଣରେ ଗଣା

ଦୟା କରୁଣାରେ ବୀଣାଝିଣା

ସୁବାସ ବିତରେ ଘର ଅଗଣା


ରାଗିଲେ ଘର ନା ଦ୍ଵାର

ରୋଷିଲେ ସଂସାର ନା ପରିବାର

କୋପିଲେ ସବୁ ଛାରଖାର

ସରାଗରେ ସବୁ ସମର୍ପି ଦେବ

ପୁଣି ଛଡେଇ ଆଣିବ ତା' ଆର୍ଯ୍ୟପୁତ୍ରଙ୍କୁ 

ଯମାଳୟରୁ ସ୍ଵର୍ଗଦ୍ଵାର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract