STORYMIRROR

Nibedita Panda

Romance Classics Inspirational

4  

Nibedita Panda

Romance Classics Inspirational

ଶୀତ ରାଣୀ

ଶୀତ ରାଣୀ

1 min
301

ପ୍ରକୃତି କୋଳରେ ଛଅ ଗୋଟି ଋତୁ

    ଆସଇ କ୍ରମାନ୍ୱୟରେ,

ଅନୁଭୂତ ହୁଏ ଆମକୁ ମୁଖ୍ୟତଃ 

     ତିନି ଋତୁ ଧରଣୀରେ।


ହେମନ୍ତ ଋତୁକୁ ବିଦାୟ ଜଣାଇ

     ଉପସ୍ଥିତ ହୁଏ ଶୀତ,

କାକର ଟୋପାରେ ଘନ କୁହୁଡିରେ

     ଧରା ହୁଏ ଆଚ୍ଛାଦିତ।


ବିଭିନ୍ନ ପ୍ରକାର ଫୁଲ ଫୁଟିଥାଏ

    ଧରିତ୍ରୀ ମାତାର କୋଳେ,

ଶୋଭାର ଭଣ୍ଡାର ଧରଣୀର ବୁକୁ

    କେତେ ଜାତି ଫଳ ଫଳେ।


ଧାନ କ୍ଷେତ ଦିଶେ ଅତି ମନୋରମ

    ଚାଷୀ ମନରେ ସରାଗ, 

ଧାନ ଅମଳରେ କରିଥାଏ ସିଏ

    ସମୟର ବିନିଯୋଗ।


ପନିପରିବାର ଅଭାବ ହୁଏନି

   ଆସିଲେ ଧରାକୁ ଶୀତ,

ମାର୍ଗଶୀର ମାସ ଲକ୍ଷ୍ମୀଙ୍କ ନିବାସ

   ଘରଦ୍ୱାର ସୁଶୋଭିତ।


ଝୋଟିର ଚିତାରେ ହସଇ ଅଗଣା

    ଲକ୍ଷ୍ମୀଙ୍କର ଆଗମନେ,

ମହକଇ ଘର ପିଠାର ବାସ୍ନାରେ

    ସର୍ବେ ଖାଆନ୍ତି ପ୍ରସନ୍ନେ।


ଖରା ବରଷାର ଭୟ ରହେ ନାହିଁ

    ବୁଲିଯିବା ପାଇଁ ଭଲ,

ବଣ ଭୋଜି ମଜା ଶୀତ ଦିନେ ହୁଏ

    ମନ ହୁଅଇ ପ୍ରଫୁଲ୍ଲ।


ମାଣବସା ସଙ୍ଗେ ମକର ମିଳନ

     ଅମୃତମୟର ଗୀତ,

ଶୀତ ରାଣୀ ପାଇଁ ଗୀତର ଆସର

     ପ୍ରକୃତି କରେ ପ୍ରସ୍ତୁତ।


ପ୍ରକୃତି କୋଳରେ ଶୀତରାଣୀ ଗାଏ

     ମଙ୍ଗଳର ମଧୁଗୀତି,

ମନୋଜ୍ଞ ଦୃଶ୍ୟରେ ଭରିଦେଇଥାଏ

    ଭାବଭରା ମଧୁସ୍ମୃତି। 


ସମସ୍ତ ଦୃଷ୍ଟିରୁ ବିଚାର କରିଲେ

    ଶୀତ ରାଣୀ ଆମ ମିତ,

ରକ୍ତ ସଞ୍ଚାଳନ ଭଲ ହୋଇଥାଏ

    ଦେହ ପାଇଁ ତାହା ହିତ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance